ବାଂଲାଦେଶ ଉପକୂଳ ଅତିକ୍ରମ କଲା ବାତ୍ୟା 'ହାମୁନ୍'

Weather Update: ବାଂଲାଦେଶ ଉପକୂଳ ଅତିକ୍ରମ କଲା ବାତ୍ୟା 'ହାମୁନ୍' । କିଛି ଘଣ୍ଟାରେ ଗଭୀର ଅବପାକ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଗତ ରାତି ୧.୩୦ରୁ ୨.୩୦ ମଧ୍ୟରେ ଦକ୍ଷିଣ ଚିଟାଗଙ୍ଗ ନିକଟରେ ଉପକୂଳ ଅତିକ୍ରମ କରିଥିବା ନେଇ ସୂଚନା ରହିଛି । ଏହି ସମୟରେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିଥିଲା ।

ସୂଚନା ଅନୁସାରେ, ଆଗାମୀ ୬ ଘଣ୍ଟାରେ ଏହା ଅବପାକରେ ପରିଣତ ହେବାର ସମ୍ଭବନା ରହିଛି । ଏହାର ପ୍ରଭାବରେ ଆଜି ମିଜୋରାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟାର ପ୍ରଭାବ ଆସନ୍ତା କାଲି ମଧ୍ୟ ରହିବ । ମିଜୋରାମ୍ ଓ ତ୍ରିପୁରାର କିଛି କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

 Cyclone_Hamoon

ସେହିପରି ବାତ୍ୟା 'ହାମୁନ୍'ର ପ୍ରଭାବ ଓଡ଼ିଶା ଉପରେ ପଡି ନାହିଁ ହେଲେ ରାଜ୍ୟର ଉପକୂଳ ଯଥା, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ୍ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେବାର ଆଶଙ୍କା ରହିଛି ।

ତେବେ ସ୍ଥଳଭାଗ ମୁହାଁ ହେବା ସହ ଦୁର୍ବଳ ହୋଇଥିଲା ବାତ୍ୟା 'ହାମୁନ୍ ଏବେ ଧିରେ ଧିରେ ଆହୁରି ଦୁର୍ବଳ ହେବ ଏହି ବାତ୍ୟା । ଗତକାଲି ସିଭିଅର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା ବାତ୍ୟା 'ହାମୁନ୍' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+