ଆଜି ସନ୍ଧ୍ୟା ସୁଧ ଲ୍ୟାଣ୍ତଫଲ୍ ! ଜାଣନ୍ତୁ ଓଡ଼ିଶାରେ ପଡିବ କି ପ୍ରଭାବ

Fengal Cyclone: ଆଜି ସନ୍ଧ୍ୟା ସୁଧ ପୁଡୁଚେରୀରେ ଲ୍ୟାଣ୍ତଫଲ୍ କରିପାରେ ବାତ୍ୟା 'ଫେଙ୍ଗଲ' । ଏଥି ସହିତ ଚେନ୍ନାଇରେ ମଧ୍ୟ ବାତ୍ୟାର ପ୍ରଭାବରେ ଯୋଗୁଁ ଅନେକ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗିରହିବ ।

Cyclone Fengal

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଲ୍ୟାଣ୍ତଫଲ୍ କରିବ ବାତ୍ୟା ଫେଙ୍ଗଲ' । କାରାଇକାଲ-ମହାମବଳିପୁରମ୍ ମଝିରେ ସ୍ଥଳାଭାଗ ଛୁଇଁବ ବାତ୍ୟା । ତେବେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡିବ ନାହିଁ । ହେଲେ ଆଜି ଉପକୂଳ ଓଡ଼ିଶା ସମେତ ୫ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମୂରଭଞ୍ଜ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ ଜାରି କରାଯାଇଛି ।

ବାତ୍ୟା ଫେଙ୍ଗାଲ ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣିପାଗରେ ପରିବର୍ତ୍ତନ ହୋଇଛି । ପ୍ରବଳ ବର୍ଷା ପାଇଁ ସ୍କୁଲ, କଲେଜ ଏପରିକି ବସ୍ ସେବା ମଧ୍ୟ ବନ୍ଦ ରହିଛି । ଅଶାନ୍ତ ସମୁଦ୍ର ପାଇଁ ମତ୍ସଜିବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ପାଣିପାଗ ବିଭାଗ ଅନୁସାରେ, ବାତ୍ୟା ଫେଙ୍ଗାଲ୍ ଚେନ୍ନାଇର ଦକ୍ଷିଣ-ପୂର୍ବରେ 210 କିଲୋମିଟର ଦୂରରେ ଅବସ୍ଥିତ ଅଛି । ଏହା ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି । ଯାହା ଉତ୍ତର ତାମିଲନାଡୁ-ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳ ଅତିକ୍ରମ କରିବ ଏବଂ ପୁଡୁଚେରୀ ନିକଟ କରାଇକାଲ ଏବଂ ମହାବାଲିପୁରମ୍ ଆଡକୁ ଗତି କରିବ । ବତ୍ୟା ସମୟରେ ପବନର ବେଗ ଘଣ୍ଟା ପ୍ରତି 70-80 କିଲୋମିଟର ରହିବାପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+