ଲ୍ୟାଣ୍ଡ ଫଲ କଲା ବାତ୍ୟା ଫେଙ୍ଗାଲ

ସାଇକ୍ଲୋନିକ୍ ଝଡ 'ଫେଙ୍ଗାଲ୍‌' ପୁଡୁଚେରୀ ନିକଟରେ ଅବତରଣ କରିଛି ଏବଂ ଉପକୂଳକୁ ସମ୍ପୂର୍ଣ୍ଣ ଅତିକ୍ରମ କରିବାକୁ ପ୍ରାୟ ଚାରି ଘଣ୍ଟା ସମୟ ଲାଗିପାରେ । ଭାରତ ପାଣିପାଗ ବିଭାଗର ଜଣେ ଅଧିକାରୀ (ଆଇଏମଡି) ଶନିବାର ଏହି ସୂଚନା ଦେଇଛନ୍ତି। ତଥ୍ୟକୁ ଦର୍ଶାଇ ଆଇଏମଡି-ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ବାଲାଚନ୍ଦ୍ରନ୍ 'ପିଟିଆଇ-କୁ କହିଛନ୍ତି ଯେ ନଭେମ୍ବର ୩୦ ତାରିଖ ସଂନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଏହି ଘୂର୍ଣ୍ଣିବଳୟର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯେଉଁଠାରେ ସାଇକ୍ଲୋନ୍ ଅବତରଣ କରିଥିଲା। ଏ ସମ୍ପର୍କରେ ସେ କହିଥିଲେ ଯେ ଏହା ପୁଡୁଚେରୀ ଅଞ୍ଚଳର ନିକଟବର୍ତ୍ତୀ ଏବଂ ଏଥିରେ ପହଞ୍ଚିବା ପ୍ରକ୍ରିୟା ପ୍ରାୟ ଚାରି ଘଣ୍ଟା ସମୟ ନେଇପାରେ। ଏହି ସମୟ ମଧ୍ୟରେ ପରିସ୍ଥିତିକୁ ଅନୁଧ୍ୟାନ କରି ଆସନ୍ତାକାଲି ସକାଳ ୪ ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନ ବନ୍ଦର ବନ୍ଦ ରହିଛି।

Cyclone

ସୂଚନା ଅନୁଯାୟୀ, ଜଳାଶୟ ଗୁଡ଼ିକରେ ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଉଛି। ତଳିଆ ଅଞ୍ଚଳ ଗୁଡ଼ିକରେ କ୍ରମାଗତ ବର୍ଷା ଯୋଗୁଁ ପୁଣ୍ଡି, ଚୋଲାବରମ୍‍, ପୁଝାଲ୍‍, ବୀରନମ ଏବଂ କନ୍ନନକୋଟଇ ପ୍ରଭୃତି ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଥିଯୋଗୁଁ ବିମାନସେବା ପ୍ରଭାବିତ ହୋଇଛି । ପବନର ବେଗ ଅଧିକ ଥିବାରୁ ଏବଂ ବର୍ଷା ଜଳ ଜମି ରହିବାରୁ ବିମାନ ବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ସାମୁଦ୍ରିକ ଝଡ଼ 'ଫେଞ୍ଜଲ'କୁ ଦୃଷ୍ଟିରେ ରଖି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‍.କେ.ଷ୍ଟାଲିନ୍‍ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+