Cyclone fengal: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଫେଞ୍ଜଲ'

ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଫେଞ୍ଜଲ' । କାଲି ଅପରାହ୍ଣ ସୁଦ୍ଧା ତାମିଲନାଡୁ-ପୁଡୁଚେରୀ ଉପକୂଳ ଛୁଇଁବ। ଉପକୂଳ ଛୁଇଁବା ବେଳେ ପବନର ବେଗ ୭୦ରୁ ୮୦ କିମି ସମ୍ଭାବନା ।

ନଭେମ୍ବର ୩୦ରେ ଲ୍ୟାଣ୍ଡଫଳ: IMD

ଗଭୀର ଅବପାତ ଆଜି ବାତ୍ୟାର ରୂପ ନେବା ପରେ ଆସନ୍ତାକାଲି (ଶନିବାର) ସକାଳେ ପୁଡୁଚେରୀ ନିକଟ କରାଇକାଲ୍ ଏବଂ ମହାବଳିପୁରମ୍ ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-IMD । ଏହାର ପ୍ରଭାବରେ ତାମିଲନାଡୁରେ ବର୍ଷା ଆରମ୍ଭ ହୋଇଯାଇଛି । ଧିରେ ଧିରେ ପବନର ବେଗ ମଧ୍ୟ ବଢୁଛି ।

Cyclone fengal

ତାମିଲନାଡୁ-ପୁଡୁଚେରୀରେ ସ୍କୁଲ ଛୁଟି

ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ ତାମିଲନାଡୁରେ ତୁହାକୁ ତୁହା ବର୍ଷା ଜାରି ରହିଛି । ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ଚେନ୍ନାଇ, ତିରୁ ଭୁଲାର, କାଞ୍ଚିପୁରମ, ଭିଲୁପୁରମ ଓ କୁଡାଲୋର । ପୁଡୁଚେରୀରେ ମଧ୍ୟ ପ୍ରବଳ ବର୍ଷା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର କିଛି ଜିଲ୍ଲାରେ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି । ପୁଡୁଚେରୀ ସରକାର କେନ୍ଦ୍ରଶାସିତ ଅଞ୍ଚଳର କୋଡାଇକାନାଲ ଓ ଡିନଣ୍ଡୁଗୁଲରେ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ।

ଓଡ଼ିଶାରେ ସାମ୍ଭାବ୍ୟ ବାତ୍ୟାର ପ୍ରଭାବ :

ସାମ୍ଭାବ୍ୟ ବାତ୍ୟା 'ଫେଙ୍ଗାଲ'ର ପ୍ରଭାବ ସିଧାସଳଖ ଭାବେ ଓଡ଼ିଶାରେ ନଥିବା ବେଳେ ପବନର ଦିଗ ପରିବର୍ତ୍ତନକୁ ନେଇ ସମୁଦ୍ର ମଧ୍ୟରୁ ସ୍ଥଳଭାଗକୁ ଆର୍ଦ୍ର ବାୟୁ ପ୍ରବେଶ କରୁଛି । ଫଳରେ ଆର୍ଦ୍ରତାର ମାତ୍ରା ଅଧିକ ରହୁଛି । ମାତ୍ରାଧିକ ଆର୍ଦ୍ରତା ଯୋଗୁଁ ଓଡ଼ିଶାରେ ଆଜି ପାଗ ମେଘୁଆ ରହିବାର ସମ୍ଭାବନା ରହିଛି । କିଛି ସ୍ଥାନରେ ହାଲୁୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ଘଣ୍ଟାରେ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+