ଭାରତ ମୁହାଁ ବାତ୍ୟା ଡିଟ୍ୱା
ଭାରତ ମୁହାଁ ଅଗ୍ରସର ହେଉଛି ବାତ୍ୟା ଡିଟୱା । ଫଳରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଅତି ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର ଅନେକ ସ୍ଥାନ ପ୍ରଭାବିତ ହେଉଛି । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ୟ୍ୟୟ ମୁକାବିଲା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରବଳ ବର୍ଷା ଆଶଙ୍କା କରି ଦକ୍ଷିଣ ଆନ୍ଧ୍ରପ୍ରଦେଶର ଜିଲ୍ଲାଗୁଡିକ ମଧ୍ୟ ହାଇ ଆଲର୍ଟରେ ରହିଛି ।ଚେନ୍ନଇ ସମେତ ଅନେକ ଅଞ୍ଚଳରେ ବିମାନ ଏବଂ ରେଳସେବା ପ୍ରଭାବିତ ହୋଇଛି ।
ସ୍ଥଳଭାଗ ଛୁଇଁବା ପୂର୍ବରୁ ଘୂର୍ଣ୍ଣିଝଡ଼ ଦୁର୍ବଳ ହୋଇଯିବ ବୋଲି ଆଶା କରାଯାଉଛି । ବରିଷ୍ଠ ଆଇଏମଡି ଅଧିକାରୀ କହିଛନ୍ତି ଯେ ବାତ୍ୟା ଆଜି ଏବଂ ଆସନ୍ତାକାଲି ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶକୁ ପ୍ରଭାବିତ କରିବ । ପ୍ରଭାବିତ ସମ୍ଭାବନା ଅଞ୍ଚଳରେ ପବନ ବର୍ତ୍ତମାନ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ବେଗରେ ବହୁଛି ଏବଂ ଆଗକୁ ୯୦ କିଲୋମିଟର ବେଗରେ ପବନ ବହିବା ସହ , ଧୀରେ ଧୀରେ ୬୦-୭୦ କିଲୋମିଟର ବେଗରେ ହ୍ରାସ ପାଇବା ସମ୍ଭାବନା ଅଛି ।

ଆଜି ସନ୍ଧ୍ୟା ସୁଦ୍ଧା ୫୦ ରୁ ୬୦ କିଲୋମିଟର ବେଗରେ ପବନ ସହିତ ବାତ୍ୟା, ଝଡ଼ରେ ପରିଣତ ହେବ । ଏହା ପରେ ଉତ୍ତର ତାମିଲନାଡୁ ଉପକୂଳ ବାୟୁମଣ୍ଡଳରେ ଅତି ପ୍ରବଳ ବର୍ଷା ହେବ ଏବଂ ଦକ୍ଷିଣ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications