Cyclone Dana: ବାତ୍ୟା ଦାନା ପାଇଁ କୋଲକାତା ବିମାନବନ୍ଦରରୁ ବିମାନ ବାତିଲ୍‌

Cyclone Dana: ଭୀଷଣ ବାତ୍ୟାର ରୂପ ନେଇଛି ଦାନା। ଅତି ଭୟଙ୍କର ଭାବେ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳମୁହାଁ ହେଉଛି ଦାନା। ବାତ୍ୟା 'ଦାନା' ଉତ୍ତର ପଶ୍ଚିମ ଦିଗରେ ୧୫ କିଲୋମିଟର ବେଗରେ ଗତି କରୁଛି। ପାରାଦୀପ ଦକ୍ଷିଣ-ପୂର୍ବକୁ ୨୬୦ କିଲୋମିଟର ଓ ଧାମରା ଠାରୁ ୨୯୦ ଦୂରରେ ଦାନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଭୟଙ୍କର ରୂପ ଧାରଣ କରି ଉତ୍ତର ପଶ୍ଚିମ ଦିଗରେ ଗତିକରି ଭିତରକନିକା ଏବଂ ଧାମରା ମଧ୍ୟ ଦେଇ ସ୍ଥଳଭାଗରେ ଅତିକ୍ରମ କରିବ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଏହି ବାତ୍ୟା ଆଜି ସକାଳ ୫.୩୦ ସୁଦ୍ଧା ସାଗର ଦ୍ୱୀପ (ପଶ୍ଚିମବଙ୍ଗ) ଠାରୁ ୩୫୦ କିଲୋମିଟର ଦକ୍ଷିଣରେ ରହିଥିଲା। ଓଡ଼ିଶାର ଉଭୟ ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଧାମରା ବନ୍ଦର ମଧ୍ୟରେ ବାତ୍ୟା ଲ୍ୟାଣ୍ଡ୍‌ଫଲ୍‌ କରିବ ବୋଲି କରାଯାଉଛି। ଗୁରୁବାର ଏବଂ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ୨୪ ପରଗାନା, ପୂର୍ବ ଏବଂ ପଶ୍ଚିମ ମେଦିନୀପୁର, ଝରାଗ୍ରାମ, କୋଲକାତା, ହାୱଡ଼ା ଏବଂ ହୁଗଳି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।

Kolkata Airport To Suspend Flights From 6 pm Today

କୋଲକାତା ବିମାନବନ୍ଦର ଗୁରୁବାର ସଂଧ୍ୟା ୬ଟାରୁ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ସ୍ଥଗିତ ରଖା ଯାଇଥିବା ବେଳେ ଭୁବନେଶ୍ୱର ବିମାନବନ୍ଦର ଆଜି ଅପରାହ୍ନ ୫ଟାରୁ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଗିତ ରଖିବ। ଦୁଇ ପଡୋଶୀ ରାଜ୍ୟ ଦେଇ ଚାଲୁଥିବା ପ୍ରାୟ ୨୦୦ ଟ୍ରେନକୁ ବାତିଲ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+