ଅତି ଭୀଷଣ ରୂପ ନେବ ‘ବିପର୍ଯ୍ୟୟ’ ! ବଢ଼ିବ ପବନର ବେଗ
ମୁମ୍ବାଇ: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ବିପଯ୍ୟୟ' ଆହୁରି ଶକ୍ତିଶାଳୀ ହେଉଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅତ୍ୟନ୍ତ ଭୀଷଣ ରୂପ ଧାରଣ କରି ଏହା ଉତ୍ତରପଶ୍ଚିମ ଦିଗରେ ଆସନ୍ତା ୨ ଦିନ ଯାଏ ଗତି କରିବ ।
ବିପର୍ଯ୍ୟୟ ଏବେ ଗୋଆ ଠାରୁ ୮୬୦ କିମି ଓ ମୁମ୍ବାଇଠାରୁ ୯୧୦ କିମି ଦୂରରେ ରହିଛି । କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳରୁ ବାତ୍ୟା ଦୂରକୁ ଯାଉଥିଲେ ବି କିଛି ସ୍ଥାନରେ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି । ପବନର ଘଣ୍ଟା ପ୍ରତି ବେଗ ୧୫୫ରୁ ୧୬୫ ଓ ବେଳେବେଳେ ଏହା ୧୮୦ କିମି ମଧ୍ୟ ଛୁଇଁ ପାରେ। ଦୁଇ ଦିନ ଏପରି ସ୍ଥିତି ଦେଖିବାକୁ ମିଳିବ ।

ତେବେ ଜୁନ ୧୧ରୁ ପବନର ବେଗ ହ୍ରାସ ପାଇବ। ପ୍ରଥମେ ପବନର ଘଣ୍ଟା ପ୍ରତି ବେଗ ୧୪୫ରୁ ୧୫୫ ରହିବ । ଏହାପରେ ପୁଣି ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ତେବେ ପାକିସ୍ତାନରେ ବାତ୍ୟା ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ତେବେ ଏନେଇ ଆଇଏମଡି କୌଣସି ପୂର୍ବାନୁମାନ କରିନି । ବାତ୍ୟା ଭାରତର କୌଣସି ରାଜ୍ୟରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ନାହିଁ । ହେଲେ ଏହା ପ୍ରଭାବ ଗୋଆ, କେରଳ, କର୍ଣ୍ଣାଟକା, ଗୁଜରାଟ ଓ ମହାରାଷ୍ଟ୍ରର କିଛି ସ୍ଥାନରେ ପଡ଼ିବ ବୋଲି ଅକାଳନ କରାଯାଇଛି । ଏଥିପାଇଁ ଏହି ସବୁ ରାଜ୍ୟଗୁଡ଼ିକ ଆଲର୍ଟରେ ରହିଛନ୍ତି ।












Click it and Unblock the Notifications