ପ୍ରବଳ ବେଗରେ ମାଡ଼ି ଆସୁଛି ବାତ୍ୟା ବିପର୍ଯ୍ୟୟ, କଚ୍ଛ ଓ ସୌରାଷ୍ଟ୍ର ହେବ ସର୍ବାଧିକ କ୍ଷତିଗ୍ରସ୍ତ
Cyclone Biparjoy Update: ପ୍ରବଳ ବେଗରେ ମାଡ଼ି ଆସୁଛି ବାତ୍ୟା ବିପର୍ଯ୍ୟୟ । ଉତ୍ତର ଆରବ ସାଗରରେ ସୃଷ୍ଟ ହୋଇଥିବା ଏହି ବାତ୍ୟା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଉତ୍ତର ପୂର୍ବ ଦିଗରେ ଗତି କରୁଛି ।
ବାତ୍ୟା ବିପର୍ଯ୍ୟୟ ଏବେ ଜଖଉ ବନ୍ଦର ଠାରୁ 120, ଦ୍ୱାରକା ଠାରୁ 170 କିମି ଦୂରରେ ରହିଛି । ଆଜି ସଂଧ୍ୟାରେ ଜଖଉ ପୋର୍ଟ ନିକଟରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରାଯାଉଛି । ତେବେ ସଂଧ୍ୟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ମଧ୍ୟରାତ୍ର ଯାଏଁ ଚାଲିବ । ଏହି ସମୟରେ ଅଧିକ ସର୍ବାଧିକ କ୍ଷତିଗ୍ରସ୍ତ ହେବ କଚ୍ଛ ଓ ସୌରାଷ୍ଟ୍ର ଉପକୂଳ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବାତ୍ୟା ବିପର୍ଯ୍ୟୟ ଦ୍ବାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ ମଧ୍ୟରେ ରହିଛି କଚ୍ଛ ଓ ସୌରାଷ୍ଟ୍ରର କୋଷ୍ଟାଲ ଜିଲ୍ଲା । ଏଠାରେ ଘଣ୍ଟା ପ୍ରତି 115ରୁ 125 କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ । ବାତ୍ୟା ବିପର୍ଯ୍ୟୟ ଉତ୍ତର ପୂର୍ବ ଦିଗରେ ଗତି କରିବ । ଗୁଜୁରାଟର କଚ୍ଛ ସବୁଠୁ ଅଧିକ ପ୍ରଭାବିତ ହୋଇପାରେ । ସାମୁଦ୍ରିକ ଜୁଆର 2ରୁ 3 ମିଟର ରହିବ । ଆଭ୍ୟନ୍ତରୀଣ ଜିଲ୍ଲାରେ 60ରୁ 90 କିଲୋମିଟର ବେଗରେ ପବନ ବହିପାରେ । ତେବେ ଏସବୁ ଅଞ୍ଚଳରେ କମ ବର୍ଷା ହେବ । କିଛି ଆଇସୋଲେଟେଡ ସ୍ଥାନରେ ଅଧିକ ବର୍ଷା ହୋଇପାରେ ।
ତେବେ ବାତ୍ୟା ପାଇଁ ବର୍ତ୍ତମାନ ସୁଦ୍ଧା 94 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସାରିଥିବା ସୂଚନା ରହିଛି । ସୌରାଷ୍ଟ୍ର ଓ କଚ୍ଛ ଉପକୂଳକୁ ପାଣିପାଗ ବିଭାଗର ରେଡ୍ ଆଲର୍ଟ ଜାରି କରାଯାଇଛି । ସେପଟେ ଗୁଜରାଟର 33 ଟି ଜିଲ୍ଲା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଏହାସହ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଏନଡିଆରଏଫର ଗୁଜରାଟ ଓ ମହାରାଷ୍ଟ୍ର ଟିମକୁ ନିୟୋଜିତ କରାଯାଇଛି । ଏନଡିଆରଏଫର 18 ଟି ଟିମ୍ ଗୁଜରାଟରେ ନିୟୋଜିତ ହୋଇଥିବା ବେଳେ ଗୋଟିଏ ଟିମ ଦାଦର ନଗର ହବେଳୀ, ଦମନ ଓ ଡିଓରେ ନିୟୋଜିତ କରାଯାଇଛି । ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳ ଦେଇ ଗତି କରୁଥିବା ୬୯ଟି ଟ୍ରେନର ଚଳାଚଳକୁ ବାତିଲ କରିଦିଆଯାଇଛି ।
ଅନ୍ୟପଟେ ବାତ୍ୟା ପ୍ରଭାବରେ 8 ରାଜ୍ୟରେ ଆଗାମୀ 3ରୁ 4 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ଗୁଜୁରାଟ ସମେତ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ, ଡାମନ ଡ୍ୟୁ, ଲାକ୍ଷାଦ୍ବୀପ, ଦାଦ୍ରା ଓ ନଗର ହାବେଳିରେ ପ୍ରବଳ ବର୍ଷା ହେବା ନେଇ ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications