Get Updates
Get notified of breaking news, exclusive insights, and must-see stories!

ଏହି ସ୍ଥାନରେ ଲ୍ୟାଣ୍ତଫଲ୍ କରିବ ବାତ୍ୟା ବିପର୍ଯ୍ୟୟ

ନୂଆଦିଲ୍ଲୀ: ଆରବ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ବର୍ତ୍ତମାନ ସ୍ଥଳ ଭାଗ ମୁହାଁ । ଆଗାମୀ ୨୪ ଘଣ୍ଚା ମଧ୍ୟରେ ଏହା ଆହୁରି ଘନିଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବ । ସୂଚନା ଅନୁସାର ଏହି ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗରେ ବର୍ତ୍ତମାନ ଗତି କରୁଛି ।

cyclone biparjoy

ତେବେ ଏହା କେଉଁ ସ୍ଥାନରେ ଲ୍ୟାଣ୍ତଫଲ୍ କରିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ । ହେଲେ ଏହି ବାତ୍ୟା ଗୁଜରାଟର କଚ୍ଚ କିମ୍ବା ପାକିସ୍ତାନର କରାଚିରେ ସ୍ଥଳ ଭାଗ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ବାତ୍ୟା ବିପର୍ଯ୍ୟୟ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ରହିଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନିଭୂତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିବ । ଏହା ଗୋଆଠାରୁ ୭୦୦ କିମି, ମୁମ୍ବାଇଠାରୁ ୬୨୦, ପୋରବନ୍ଦର ଠାରୁ ୫୪୦ ଏବଂ ପାକିସ୍ତାନ କରାଚିରୁ ୯୦୦ କିମି ଦୂରରେ ରହିଛି ।

ତେବେ ଆରବ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ପାଇଁ ଗୁଜରାଟ, କେରଳ, କର୍ଣ୍ଣାଟକ ଓ ଲକ୍ଷ୍ୟଦ୍ୱୀପ ସଲଗ୍ନ ସମୁଦ୍ର ମଧ୍ୟକୁ ଯିବା ପାଇଁ ପର୍ଯ୍ୟଟକ ଏବଂ ମତ୍ସ୍ୟଜୀବିଙ୍କୁ ବାରଣ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+