ଅତି ଭୀଷଣ ବାତ୍ୟା ରୂପ ନେଲା 'ବିପର୍ଯ୍ୟୟ'
ନୂଆଦିଲ୍ଲୀ:ଆରବ ସାଗରରେ ଅତି ଭୀଷଣ ବାତ୍ୟା ରୂପ ନେଲା 'ବିପର୍ଯ୍ୟୟ' । ପୋରବନ୍ଦରଠୁ ଦକ୍ଷିଣ-ପଶ୍ଚିମରେ ୪୮୦ କିମି ଦୂରରେ ରହିଛି ବାତ୍ୟା । ଗୁଜରାଟର ସୌରାଷ୍ଟ୍ର ଓ କଚ୍ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି । ୧୫ ତାରିଖ ସୁଦ୍ଧା କରାଚୀରେ ଲ୍ୟାଣ୍ତଫଲ୍ କରିବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ସୂଚନା ଅନୁସାରେ, ଅତି ଉଗ୍ର ପାଲଟିଥିବା ସାମୁଦ୍ରିକ ବାତ୍ୟା ଉତ୍ତର ଆଡକୁ ଗତି କରୁଛି । ଜୁନ ୧୫ ତାରିଖ ସୁଦ୍ଧା ପାକିସ୍ତାନ ଓ ନିକଟବର୍ତ୍ତୀ ସୌରାଷ୍ଟ୍ର ଓ କଚ ଉପକୂଳ ନିକଟରେ ପହଞ୍ଚିବା ନେଇ ସମ୍ଭାବନା ରହିଛି ।

ରାତି ୨.୩୦ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟା 'ବିପର୍ଯ୍ୟୟ' ପୋରବନ୍ଦର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ପ୍ରାୟ ୫୧୦ କିଲୋମିଟର ଦୂର ଆରବ ମହାସାଗରରେ କେନ୍ଦ୍ରୀଭୂଚ ହୋଇଛି । ତେବେ ଏହାର ପ୍ରଭାବରେ ସୌରଷ୍ଟ୍ର ଏବଂ କଚରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications