୩୬ ଘଣ୍ଟା ଭିତରେ ଭୀଷଣ ରୂପ ନେବ ସାମୁଦ୍ରିକ ବାତ୍ୟା
ନୂଆଦିଲ୍ଲୀ: ବଳ ଗୋଟାଉଛି ଅତି ଭୀଷଣ ବାତ୍ୟା 'ବିପର୍ଯ୍ୟାୟ' । ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହେଉଛି ବାତ୍ୟା 'ବିପର୍ଯ୍ୟୟ' । ଗୋଆଠୁ ୮୪୦ କିମି, ମୁମ୍ବାଇ ଠାରୁ ୮୭୦କିମି ଦୂରରେ ରହିଛି ଏହି ଭୟଙ୍କର ବାତ୍ୟା । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ।
ସୂଚନା ଅନୁସାରେ, ଅଧିକ ଘନୀଭୂତ ହୋଇ ଆଗାମୀ ଦୁଇ ଦିନରେ ଉତ୍ତରପଶ୍ଚିମକୁ ଗତି କରିବ । ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଦିଆଯାଇଥିବା ସୂଚନା ଅନୁସାରେ, ଜୁନ୍ ୮ ତାରିଖ ରାତି ୧୧.୩୦ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିବା ସାମୁଦ୍ରିକ ବାତ୍ୟା 'ବିପର୍ଯ୍ୟୟ' ଗୋଆର ପଶ୍ଚିମ-ଦକ୍ଷିଣପଶ୍ଚିମକୁ ପ୍ରାୟ ୮୪୦ କିଲୋମିଟର ଏବଂ ମୁମ୍ବାଇରୁ ପ୍ରାୟ ୮୭୦ କିଲୋମିଟର ଦୂରରେ ରହିଛି ।

ବାତ୍ୟା 'ବିପର୍ଯ୍ୟୟ' ଆଗାମୀ ୩୬ ଘଣ୍ଟା ମଧ୍ୟରେ ତୀବ୍ରତର ହୋଇ ଆସନ୍ତା ୨ ଦିନରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ନେଇ ସୂଚନା ରହିଛି । ବାତ୍ୟା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications