୬ ଘଣ୍ଟା ଭିତରେ ଭୀଷଣ ରୂପ ନେବ ବାତ୍ୟା 'ବିପର୍ଯ୍ୟୟ' ! ଗୁଜୁରାଟ ଉପକୂଳଠାରୁ ଏତିକି କିଲୋମିଟର ଦୂରରେ ଅଛି
ନୂଆଦିଲ୍ଲୀ: ବଳ ଗୋଟାଉଛି ବାତ୍ୟା 'ବିପର୍ଯ୍ୟୟ'। ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହୋଇ ଆଉ ୬ ଘଣ୍ଟା ମଧ୍ୟରେ ହେବ ଶକ୍ତିଶାଳୀ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା 'ବିପର୍ଯ୍ୟୟ' ଆସନ୍ତା ୬ ଘଣ୍ଟା ମଧ୍ୟରେ ପ୍ରବଳ ଘୂର୍ଣ୍ଣିବଳୟରେ ପରିଣତ ହୋଇପାରେ ।
ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହୋଇ ଉତ୍ତର ଦିଗରେ ଗତି କରୁଛି । ମୁମ୍ବାଇ ଠାରୁ ୬୦୦ କିମି ଦୂରରେ ରହିଥିବା ବେଳେ, ପୋରବନ୍ଦରଠୁ ୫୩୦ କିମି, କରାଚୀଠୁ ୮୩୦ କିମି ଦୂରରେ ରହିଛି ବାତ୍ୟା ବିପର୍ଯ୍ୟୟ । ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଉତ୍ତରପଶ୍ଚିମକୁ ଗତି କରୁଛି ।

IMD ସୂଚନା ଅନୁସାରେ, ରବିବାର ସକାଳ 4 ଟାରେ ବାତ୍ୟା ବିପର୍ଯ୍ୟୟ ପୋରବନ୍ଦର ଠାରୁ ପ୍ରାୟ 510 କିଲୋମିଟର ଦୂରରେ ଥିଲା । ଏହା ଉପକୂଳ ଆଡକୁ ଗତି କରୁଥିଲା । ବର୍ତ୍ତମାନର ପୂର୍ବାନୁମାନ ଅନୁଯାୟୀ ଗୁଜୁରାଟ ଉପକୂଳରେ ଏହା ଲ୍ୟାଣ୍ତଫଲ୍ କରିବାର ସମ୍ଭାବନା ନାହିଁ ।
ତେବେ ଆରବ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ପାଇଁ ଗୁଜରାଟ, କେରଳ, କର୍ଣ୍ଣାଟକ ଓ ଲକ୍ଷ୍ୟଦ୍ୱୀପ ସଲଗ୍ନ ସମୁଦ୍ର ମଧ୍ୟକୁ ଯିବା ପାଇଁ ପର୍ଯ୍ୟଟକ ଏବଂ ମତ୍ସ୍ୟଜୀବିଙ୍କୁ ବାରଣ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications