ଭୟଙ୍କର ରୂପ ନେଉଛି ବାତ୍ୟା 'ବିପର୍ଯ୍ୟୟ': ପ୍ରଧାନମନ୍ତ୍ରୀ ଡାକିଲେ ସମୀକ୍ଷା ବୈଠକ
ନୂଆଦିଲ୍ଲୀ: ଆସୁଛି ବାତ୍ୟା 'ବିପର୍ଯ୍ୟୟ' । ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଡକାଇଲେ ବୈଠକ । ଦିନ ୧ ଟାରେ ଏହି ବୈଠକ ବସିଥିବା ନେଇ ସୂଚନା ରହିଛି । ଆରବ ମହାସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଭୟଙ୍କର ରୂପ ଧାରଣ କରୁଛି ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ସୌରାଷ୍ଟ୍ର-କଚ୍ଛର ଉପକୂଳ ଦେଇ ଗତି କରିବ ବାତ୍ୟା ବିପର୍ଯ୍ୟୟ । ଏଥିପାଇଁ ଗୁଜୁରାଟର ସୌରାଷ୍ଟ୍ର ଓ କଚ୍ଛରର କିଛି ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ୧୫ ତାରିଖ ସକାଳ ସୁଦ୍ଧା ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରି ଗୁଜରାଟ ଓ ପାକିସ୍ତାନ ଉପକୂଳମୁହାଁ ହେବା ନେଇ ସୂଚନା ରହିଛି । ଆସନ୍ତ ୧୫ ତାରିଖ ଦିନ ଗୁଜରାଟର ମାଣ୍ତବି ଓ ପାକିସ୍ତାନର କରାଚି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।












Click it and Unblock the Notifications