Get Updates
Get notified of breaking news, exclusive insights, and must-see stories!

Cyclone Biparjoy: ୧୫ରେ ଏଇଠି ଲ୍ୟାଣ୍ଡଫଲ୍ କରିବ ‘ବିପର୍ଯ୍ୟୟ’, ସ୍ପଷ୍ଟ ହେଲା ଗତିପଥ

Cyclone Biparjoy: ଆରବ ସାଗରରେ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେଲା 'ବିପର୍ଯ୍ୟୟ' । ସମୁଦ୍ର ଭିତରେ ବଳଗୋଟାଇ ଏହି ସାମୁଦ୍ରିକ ଝଡ ଗତ ୬ ଘଣ୍ଟା ହେଲା ୮ କିମି ବେଗରେ ଗତି କରୁଛି ।

ପୂର୍ବ କେନ୍ଦ୍ରୀୟ ଆରବସାଗରରୁ ବିପର୍ଯ୍ୟୟ ଭୟଙ୍କର ରୂପ ଧାରଣ କରି ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଉପକୂଳ ମୁହାଁ ହେଉଛି । ଏବେ ଅତ୍ୟନ୍ତ ଭୀଷଣ ବାତ୍ୟା ବିପର୍ଯ୍ୟୟ ମୁମ୍ବାଇ ଠାରୁ ୫୬୦, ପୋରବନ୍ଦର ଠାରୁ ୪୬୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ।

Cyclone Biparjoy

ସ୍ପଷ୍ଟ ହେଲା ଗତିପଥ

ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା 'ବିପର୍ଯ୍ୟୟ' ଆସନ୍ତା ୧୫ ତାରିଖ ଗୁରବାର ଦିନ ଗୁଜରାଟରେ ଲ୍ୟାଣ୍ଡଫଲ କରିବ । ଗୁଜରାଟର କୁଚ୍ ଓ ପାକିସ୍ତାନର କରାଚି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ଏଥି ପାଇଁ ସୌରାଷ୍ଟ୍ର ଓ କୁଚ୍ ବନ୍ଦର ପାଇଁ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସମୁଦ୍ରରୁ ଫେରି ଆସିବାକୁ ମତ୍ସଜୀବୀଙ୍କୁ କୁହାଯାଇଛି । ଏହାଛଡ଼ା, ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କତାମୂଳକ ପଦକ୍ଷେପ ଭାବେ କେରଳର ୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଏବଂ ମୁମ୍ବାଇ, ରାଇଗଡ଼, ରତ୍ନଗିରି ସମେତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

ଏବେ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ୧୫ ତାରିଖ ବେଳରୁ ଅତି ଭୀଷଣ ବାତ୍ୟା ଭାବରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟାପ୍ରତି ବେଗ ୧୨୫ରୁ ୧୩୫ କିଲୋମିଟର ରହିବ । ସମୟ ସମୟରେ ଏହାର ବେଗ ୧୫୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+