ଗୁଜରାଟ ମୁହାଁ ବାତ୍ୟା ବିପର୍ଯ୍ୟୟ:ଲ୍ୟାଣ୍ତଫଲ୍ ପୂର୍ବରୁ ତାଣ୍ତବ,ଅରେଞ୍ଜ ୱାର୍ଣ୍ଣିଂ ଜାରି
Cyclone Biparjoy: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଗୁରୁବାର ଦିନ ସ୍ଥଳଭାଗ ଛୁଇଁବ । ହେଲେ ଲ୍ୟାଣ୍ତଫଲ ପୂର୍ବରୁ ତାଣ୍ତବ ରଚିବା ଆରମ୍ଭ କଲାଣି ଏହି ବାତ୍ୟା । ମୁମ୍ବାଇରୁ କେରଳ ଉପକୂଳ ପର୍ଯ୍ୟନ୍ତ ସମୁଦ୍ରରେ ଘୂର୍ଣ୍ଣିବଳୟ ବୃଦ୍ଧି ପାଉଛି । ଗୁଜୁରାଟରେ ଏହି ଘୂର୍ଣ୍ଣିବଳୟର ସର୍ବାଧିକ ପ୍ରଭାବ ଦେଖାବା ପାଇଁ ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ମଙ୍ଗଳବାର ଅର୍ଥାତ୍ ଜୁନ ୧୩ ତାରିଖ ସକାଳ ୬ଟା ବେଳେ ଗୁଜୁରାଟର ପୋରବନ୍ଦର ଉପକୂଳଠାରୁ ପ୍ରାୟ ୨୯୦ କିଲୋମିଟର ଦୂରତାରେ ଥିବାବେଳେ ୧୫ ତାରିଖ ମଧ୍ୟାହ୍ନ ବେଳକୁ ବାତ୍ୟା ଜାଖାଉ ପୋର୍ଟ ଦେଇ ଅତିକ୍ରମ କରିବ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ସୌରାଷ୍ଟ୍ର ଏବଂ କଚ୍ଛରେ ବୁଧବାର ଦିନ ସମୁଦ୍ର ଅଶାନ୍ତ ଏବଂ ଗୁରୁବାର ଦିନ ଅତି ଉଚ୍ଚ ଜୁଆର ସୃଷ୍ଟି ହେବା ସହ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ ଯେଉଁଥି ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରାଯାଇଛି । ଅନ୍ୟପଟେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କ୍ରମାଗତ ଭାବରେ ବାତ୍ୟା ବିପର୍ଯ୍ୟୟର ସ୍ଥିତି ଉପରେ ନଜର ରଖିଛି । NDRFର 12ଟି ଟିମ୍ ନିୟୋଜିତ କରାଯାଇଥିବା ବେଳେ ଆଉ ୧୫ଟି ଦଳ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ । ବାତ୍ୟାର ସ୍ଥିତିକୁ ନଜରରେ ରଖି କାଣ୍ତଲା, ଓଖା, ପୋରବନ୍ଦର, ମାଣ୍ତଭି ପରି ଅନେକ ବନ୍ଦରକୁ ବନ୍ଦ କରାଯାଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications