ପ୍ରତିଦିନ ଏତିକି ମିନିଟ୍ ଚଲାନ୍ତୁ ସାଇକେଲ, ମିଳିବ ଏହି ସବୁ ଫାଇଦା

ଭୁବନେଶ୍ୱର: ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ସହିତ ପ୍ରତ୍ୟେକ ଦିନ ଏକ୍ସରସାଇଜ୍ କରିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ଏହାଦ୍ୱାରା ଶରୀର ସଠିକ୍ ଭାବରେ କାର୍ଯ୍ୟ କରିଥାଏ । ଇମ୍ୟୁନିଟି ଷ୍ଟ୍ରଙ୍ଗ୍ ରହିବା ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମ୍ ହୋଇଥାଏ । ଏଥିପାଇଁ ସାଇକେଲ ଚଲାଇବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତିଦିନ ୩୦ ମିନିଟ୍ ସାଇକେଲ ଚଲାଇବାରେ ଶରୀର ସମ୍ପୂର୍ଣ ଫିଟ୍ ରହିଥାଏ ।

ରୋଗକୁ ରୋକିବା ବ୍ୟତୀତ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କିନ୍ତୁ ଆଜିକାଲି ଲୋକମାନେ ସାଇକେଲ ଚଲାଇବା ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ । ତେଣୁ ଲୋକଙ୍କୁ ପ୍ରେରଣା ଦେବା ପାଇଁ ପ୍ରତିବର୍ଷ ଜୁନ୍ ୩ ଦିନକୁ 'ବିଶ୍ୱ ସାଇକେଲ ଦିବସ' ଭାବେ ପାଳନ କରାଯାଏ । ତେବେ ଆସନ୍ତୁ ଜାଣିବା ସାଇକେଲ୍ ଚଳାଇବାର ଫାଇଦା ବିଷୟରେ...

ହୃତପିଣ୍ଡ ପାଇଁ ଲାଭଦାୟକ:

ଦୈନିକ ୩୦ ମିନିଟ୍ ସାଇକେଲ ଚଲାଇବା ଦ୍ୱାରା ହୃଦୟ ସ୍ପନ୍ଦନ ଶୀଘ୍ର ହୋଇଥାଏ । ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ । ହୃଦୟକୁ ସୁସ୍ଥ ରଖିବା ଦ୍ୱାରା, ଏହା ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମ୍ ଥାଏ ।

Cycling

ମାଂସପେଶୀ ଏବଂ ହାଡ ମଜବୁତ ହୋଇଥାଏ:

ସାଇକେଲ ଚଲାଇବା ଗୋଡ ପାଇଁ ଭଲ ଏକ୍ସରସାଇଜ୍ ହୋଇଥାଏ । ଏହା ମାଂସପେଶୀ ଏବଂ ହାଡକୁ ମଜବୁତ ରଖୁଥାଏ । ତେଣୁ ଶିଶୁଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଉନ୍ନତ ଶାରୀରିକ ବିକାଶ ପାଇଁ ସାଇକେଲ ଚଳାଇବା ଉଚିତ୍ ।

ଓଜନ କମାଇଥାଏ:

ଆଜିର ସମୟରେ, ପ୍ରାୟ ବ୍ୟକ୍ତି ତାଙ୍କର ବଢ଼ୁଥିବା ଓଜନକୁ ନେଇ ଚିନ୍ତିତ ରହିଥାନ୍ତି । ମେଦବହୁଳତା ରୋଗ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବଢିଇଥାଏ । ତେଣୁ ଦୈନିକ ୩୦ ମିନିଟ୍ ସାଇକେଲ ଚଲାଇବା ଲାଭଦାୟକ ହୋଇଥାଏ । ଏହା ସମଗ୍ର ଶରୀରର ଗତି କରାଇଥାଏ । ଏହା ଶରୀରରେ-ଜମା ହୋଇଥିବା ଅତିରିକ୍ତ ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+