ଚିନ୍ତା ବଢାଇଲାଣିି ସାଇବର କ୍ରାଇମ; ୯ ମାସରେ ଭାରତରୁ ଲୁଟି ନେଲେ ୧୧,୩୩୩ କୋଟି ଟଙ୍କା

ଦେଶ ପ୍ରତି ସାଇବର ଠକେଇ ଏକ ବଡ଼ ବିପଦ ଭା‌ବେ ଉଭା ହୋଇଛି। ଏହି ଠକେଇ ପ୍ରଭାବରେ ଚଳିତ ବର୍ଷର ପ୍ରଥମ ୯ ମାସରେ ଭାରତ ୧୧,୩୩୩ କୋଟି ଟଙ୍କା ହରାଇଛି। ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବର ଅପରାଧ ସମନ୍ବୟ କେନ୍ଦ୍ର (ଆଇ୪ସି)ର ତଥ୍ୟରୁ ଏହା ଜଣାପଡ଼ିଛି।
ସାଇବର୍‌ ଠକେଇରେ ଷ୍ଟକ୍ କାରବାର ଜନିତ ଠକେଇର ଭାଗ ସର୍ବାଧିକ ରହିଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୨,୨୮,୦୯୪ଟି ଷ୍ଟକ୍ କାରବାର ଠକେଇ ଅଭିଯୋଗ ଆସିଥିଲା ଯେଉଁଥିରେ ଲୋକମାନେ ୪,୬୩୬ କୋଟି ଟଙ୍କାର କ୍ଷତି ସହିଛନ୍ତି। ସେହିପରି ୧,୦୦,୩୬୦ଟି ନିବେଶ ଠକେଇରେ ୩୨୧୬ କୋଟି ଟଙ୍କାର କ୍ଷତି ହୋଇଛି। ଆଲୋଚ୍ୟ ୯ ମାସରେ ୬୩,୪୮୧ ଡିଜିଟାଲ୍ ଗିରଫଦାରୀ ଠକେଇ ହୋଇଛି ଯେଉଁଥିରେ ୧୬୧୬ କୋଟି ଟଙ୍କାର କ୍ଷତି ହୋଇଛି।

cyber crime

ସରକାରଙ୍କ ସାଇବର ଠକେଇ ରିପୋର୍ଟିଂ ବ୍ୟବସ୍ଥାରେ ଚଳିତ ବର୍ଷ ୧୨ ଲକ୍ଷରୁ ଅଧିକ ଠକେଇ ଅଭିଯୋଗ ପହଞ୍ଚିଛି। ସେଥିରୁ ୪୫ ପ୍ରତିଶତ ଠକେଇ ଉଦ୍ୟମ କାମ୍ବୋଡିଆ, ମିଆଁମାର ଓ ଲାଓସ୍‌ ଭଳି ଦେଶରୁ କରାଯାଇଥିଲା। ୨୦୨୧ରେ ଏହି ରିପୋର୍ଟିଂ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରଠାରୁ ୩୦ ଲକ୍ଷରୁ ଅଧିକ ସାଇବର୍‌ ଠକେଇ ଅଭିଯୋଗ ପହଞ୍ଚିଛି। ସେଥିରେ ୨୭,୯୧୪ କୋଟି ଟଙ୍କାର କ୍ଷତି ହୋଇଛି। ୨୦୨୧ରେ ୧,୩୪,୨୪୨ଟି, ୨୦୨୨ରେ ୫,୧୪,୭୪୧ଟି ଓ ୨୦୨୩ରେ ୧୧,୩୧,୨୨୧ ସାଇବର ଠକେଇ ଅଭିଯୋଗ ପହଞ୍ଚିଥିଲା। ଠ‌କେଇ ଜରିଆରେ ହରିଲୁଟ କରାଯାଉଥିବା ଅର୍ଥକୁ ଅପରାଧୀମାନେ ଏଟିଏମ୍‌, ଚେକ୍, ମର୍ଚାଣ୍ଟ ପେମେଣ୍ଟ, ଇ-ୱାଲେଟ୍‌, କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ କରେନ୍ସି ଓ କ୍ରିଫ୍ଟୋକରେନ୍ସି ଆଦିକୁ ବ୍ୟବହାର କରି ଉଠାଇ ନେଉଛନ୍ତି। ଠକେଇରେ ବ୍ୟବହୃତ ହୋଇଥିବା ୪.୫ ଲକ୍ଷ ମ୍ୟୁଲ୍‌ ଖାତାକୁ ନିଷ୍କ୍ରିୟ କରାଯାଇଛି।

ଦେଶରେ ଡିଜିଟାଲ୍ ଆରେଷ୍ଟ୍‌ ଚିନ୍ତାର ବିଷୟ ପାଲଟିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବିଷୟରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଲୋଚନା କରିବା ସହ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଡିଜିଟାଲ ଗିରଫଦାରୀ ଭଳି କୌଣସି ନିୟମ ଦେଶରେ ନାହିଁ ବୋଲି ସେ ଲୋକଙ୍କୁ ସ୍ପଷ୍ଟ କରିଛନ୍ତି। ମୋବାଇଲ୍‌ ପୋନ୍ କଲ୍‌ କିମ୍ବା ଭିଡିଓ କଲ୍‌ ଜରିଆରେ କୌଣସି ସରକାରୀ ସଂସ୍ଥା ତଦନ୍ତ କରନ୍ତି ନାହିଁ ବୋଲି ସେ କହିଛନ୍ତି। ସାଇବର୍‌ ଠକେଇକୁ ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଟେଲିକମ୍ କମ୍ପାନିଗୁଡ଼ିକୁ ସତର୍କ ରହିବା ସହ ଠକେଇ କଲ୍ ରୋକିବା ଲାଗି ବ୍ୟବସ୍ଥା ଆଣିବାକୁ କୁହାଯାଇଛି। ସାଇବର ଅପରାଧୀମା‌ନେ ଠକେଇ ଲାଗି ବ୍ୟବହାର କରୁଥିବା ୧୭ ହଜାର ହ୍ବାଟସ୍‌ଆପ୍ ଆକାଉଣ୍ଟ୍‌କୁ ଟେଲିକମ୍ କମ୍ପାନିଗୁଡ଼ିକ ବ୍ଲକ୍ କରିଛନ୍ତି। ସଂସଦରେ ସରକାର ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ୧୫ ସୁଦ୍ଧା ‌ସାଇବର ଅପରାଧରେ ବ୍ୟବହାର ହୋଇଥିବା ୬,୬୯,୦୦୦ ମୋବାଇଲ୍‌ ସିମ୍ ଓ ୧,୩୨,୦୦୦ ଆଇଏମ୍‌ଇଆଇ ନମ୍ବରକୁ ସାରା ଦେଶରେ ବନ୍ଦ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+