Get Updates
Get notified of breaking news, exclusive insights, and must-see stories!

୫୦ଲକ୍ଷ ଲୁଟିନେଲେ ସାଇବର ଅପରାଧୀ, ଜୀବନ ହାରିଲେ ଦମ୍ପତି

ଦିନକୁ ଦିନ ବଢ଼ି ଚାଲିଛି ସାଇବର ଅପରାଧ। ଏହାର ଶିକାର ହେଉଛନ୍ତି ସାଧାରଣ ଜନତା।ଟିକେ ଟିକେ ଭୂଲ ପାଇଁ ଚାଲିଯାଉଛି କୋଟି କୋଟି ଟଙ୍କା। ସଚେତନତା ଅଭାବ ଯୋଗୁଁ ସାଇବର ଅପରାଧର ଶିକାର ହେଉଛନ୍ତି ଜନତାI ସାଇବର ଅପରାଧୀ ବିଭିନ୍ନ ଉପାୟରେ ଲୋକଙ୍କ ଅର୍ଥ ଲୁଟ୍ କରିବାରେ ଲାଗି ପଡ଼ିଛନ୍ତି।ହେଲେ ଏବେ ସାଇବର ଅପରାଧୀଙ୍କ ଭୟଙ୍କର କାରନାମା ଯୋଗୁ ଜଣେ ବୟସ୍କ ଦମ୍ପତି ଆତ୍ମହତ୍ୟା କରିବା ସମସ୍ତଙ୍କୁ ଚକିତ କରି ଦେଇଛି। ପୂର୍ବରୁ କେବେ ହେଲେ ଏପରି ଘଟଣା ସାମ୍ନାକୁ ଆସି ନଥିଲା।

ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ। ଶେଷରେ ନିର୍ଯାତନା ଅସହ୍ୟ ହେବାରୁ କର୍ଣ୍ଣାଟକାର ବେଲାଗାଭି ଜିଲ୍ଲା ଅନ୍ତର୍ଗତ ଖାନାପୁର ତାଲୁକାରେ ରହୁଥିବା ବୟସ୍କ ଦମ୍ପତି ଜୀବନ ହାରିଛନ୍ତି।

Cyber criminals drive elderly couple in Karnataka to suicide

ସୂଚନା ଅନୁଯାୟୀ, ଘଟଣାଟି କର୍ଣ୍ଣାଟକର ବେଲଗାବୀରେ ଥିବା ନନ୍ଦଗଡ ଗାଁରେ ଘଟିଛି। ଏଠାରେ ୮୩ବର୍ଷୀୟ ଡିଆଙ୍ଗୋ ନଜରତ ତାଙ୍କ ୭୯ବର୍ଷୀୟ ପତ୍ନୀ ପ୍ଲେବିୟାନା ନଜରତଙ୍କ ସହ ରହୁଥିଲେ। ଅବସରପ୍ରାପ୍ତ ଦମ୍ପତି ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରାଳୟରେ କାର୍ଯ୍ୟ କରୁଥିଲେ ଏବଂ ସେମାନଙ୍କର ପାଖରେ କୌଣସି ସମ୍ପର୍କୀୟ ନଥିଲେ। ସାଇବର ଅପରାଧୀମାନେ ନିଜକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚର ଅଧିକାରୀ ବୋଲି ପରିଚୟ ଦେଇ ବୃଦ୍ଧ ଦମ୍ପତିଙ୍କ ସହ ଯୋଗାଯୋଗ କରିଥିଲେ।

ଏକ ଭିଡିଓ କଲ୍ ମଧ୍ୟ କରାଯାଇଥିଲା ଏବଂ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯିବାକୁ ଧମକ ଦିଆଯାଇଥିଲା। ଠକମାନେ ପୀଡିତଙ୍କୁ କହିଥିଲେ ଯେ ତାଙ୍କର ମୋବାଇଲ୍ ଆଇଡି ଏବଂ ଡକ୍ୟୁମେଣ୍ଟଗୁଡ଼ିକ କୌଣସି ଅପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରାଯାଇଛି ଏବଂ ତାଙ୍କୁ ୫ଲକ୍ଷ ଜରିମାନା ଦେବାକୁ କହିଥିଲେ।

ଭୟଭୀତ ଦମ୍ପତି ଠକମାନଙ୍କୁ ଏହି ପରିମାଣ ଦେଇଥିଲେ। କିନ୍ତୁ ଏହା ପରେ ଧମକ ଦେଇ ଅଧିକ ଟଙ୍କା ଦାବି କରିଚାଲିଥିଲେ ଲୁଟେରା। ଠକମାନେ ବିଭିନ୍ନ ବାହାନାରେ ତାଙ୍କଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲେ।ବାରମ୍ବାର ଧମକ ପାଇ ଏବଂ ଏତେ ଟଙ୍କା ହରାଇବା ପରେ ଚାପଗ୍ରସ୍ତ ହୋଇ ଜୀବନ ହାରିଥିଲେ ଦମ୍ପତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+