ନାଗପୁରରେ କର୍ଫ୍ୟୁ: ପୋଲିସ ଉପରେ ଆକ୍ରମଣ, ୪୦ ଅଟକ
Curfew In Nagpur: ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ସୋମବାର ସନ୍ଧ୍ୟାରେ ନାଗପୁରର ମହଲ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ପରେ ଦଙ୍ଗାକାରୀମାନେ ପଥର ମାଡ଼ କରିବା ସହ ଗାଡ଼ି ଭଙ୍ଗାରୁଜା କରିବା ସହ ପୋଡାଜଳା ମଧ୍ୟ କରିଥିଲେ ।
ପଥର ମାଡ଼ରେ ଡିସିପିଙ୍କ ସମେତ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହିଂସା ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛି ପ୍ରଶାସନ ।ସେହିପରି ଘଟଣାସ୍ଥଳରେ ଅଧିକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।
ଏହି ମାମଲାରେ ପୋଲିସ ୪୦ ଜଣଙ୍କୁ ଅଟକ ରଖିଛି।

ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ମଧ୍ୟ ନାଗପୁରର ଚିଟନିସ୍ ପାର୍କ ଅଞ୍ଚଳରେ ହିଂସା ଘଟିଥିଲା, ପୋଲିସ ଉପରେ ପଥରମାଡ଼ କରାଯାଇଥିଲା । ପିଟିଆଇ ଅନୁଯାୟୀ, ଏକ ଗୁଜବ ବ୍ୟାପିଥିଲା ଯେ ଔରଙ୍ଗଜେବଙ୍କ ସମାଧି ହଟାଇବାକୁ ଭିଏଚପି-ବଜରଙ୍ଗ ଦଳ ଦ୍ୱାରା ଆନ୍ଦୋଳନ ସମୟରେ ମୁସଲିମ ସମ୍ପ୍ରଦାୟର ପବିତ୍ର ପୁସ୍ତକ ପୋଡ଼ି ଦିଆଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ବଜରଙ୍ଗ ଦଳ ପକ୍ଷରୁ ଏହି ଖବରକୁ ମିଥ୍ୟା ବୋଲି କୁହାଯାଇଥିଲା । ଏହି ହିଂସାରେ ଡିସିପିଙ୍କ ସମେତ ଛଅ ଜଣ ଏବଂ ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଡିସିପି ନିକେତନଙ୍କ ଉପରେ କୁରାଢ଼ିରେ ଆକ୍ରମଣ କରାଯାଇଥିଲା।
ନାଗପୁରରେ ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଅପିଲ୍ କରିଛନ୍ତି। ସେ କହିଛନ୍ତି, 'ନାଗପୁରର ମାହାଲ ଅଞ୍ଚଳରେ ପରିସ୍ଥିତି ଯେପରି ଉତ୍ତେଜନାପୂର୍ଣ୍ଣ ହୋଇଗଲା ତାହା ଅତ୍ୟନ୍ତ ନିନ୍ଦନୀୟ।' କିଛି ଲୋକ ପୋଲିସ ଉପରେ ପଥର ମାଡ଼ ମଧ୍ୟ କରିଥିଲେ, ଏହା ଭୁଲ। ମୁଁ ପରିସ୍ଥିତି ଉପରେ ନଜର ରଖିଛି। ମୁଁ ପୋଲିସ କମିଶନରଙ୍କୁ କହିଛି ଯେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଯାହା ବି କଠୋର ପଦକ୍ଷେପ ନିଆଯିବା ଆବଶ୍ୟକ, ତାହା ଗ୍ରହଣ କରାଯିବା ଉଚିତ।
ସେ ଆହୁରି କହିଛନ୍ତି ମୁଁ ସମସ୍ତଙ୍କୁ ନିବେଦନ କରୁଛି। ଯଦି କେହି ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।












Click it and Unblock the Notifications