ମଣିପୁର ରାଜଧାନୀ ଇମ୍ଫାଲରେ ଲାଗିଲା କର୍ଫ୍ୟୁ, ୭ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ

ମଣିପୁରର ରାଜଧାନୀ ଇମ୍ଫାଲରେ ଲାଗିଲା କର୍ଫ୍ୟୁ। ଏନେଇ ୭ ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଠପ ରହିଛି । ରାଜ୍ୟ ସରକାର ମଣିପୁରରେ ଥିବା ୭ ଟି ଜିଲ୍ଲାରେ ଇଣ୍ଟରନେଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମଣିପୁର ସରକାର ଡାକ୍ତରଖାନାରେ ମଧ୍ୟ କର୍ଫ୍ୟୁ ଲଗାଇଛନ୍ତି । ସୋମବାର ମଣିପୁରରେ ଜିରିବାମରେ ନିଖୋଜ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଶବ ଜିଲ୍ଲାରେ ରହିଥିବା ଜିରି ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୋବାଲ, କାକଚିଙ୍ଗ, କାଙ୍ଗପୋକପି ଏବଂ ଚୁରାଚନ୍ଦପୁର ଜିଲ୍ଲାରେ ଦୁଇ ଦିନ ପାଇଁ ଇଣ୍ଟରନେଟ ବନ୍ଦ କରିଦିଆଯାଇଛି।

ମତେଇ ସମ୍ପ୍ରଦାୟର ୬ ଜଣଙ୍କୁ ଅପହରଣ ଓ ପରେ ସେମାନଙ୍କ ମୃତଦେହ ମିଳିବା ପରେ ଏହି ଜିଲ୍ଲାଗୁଡ଼ିକରେ ପୁଣିଥରେ ହିଂସା ଉଗ୍ରରୂପ ନେବାକୁ ଲାଗିଛି। ଏହି ଉତ୍ତର-ପୂର୍ବ ରାଜ୍ୟରେ ଜାରି ରହିଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୋବାଲ, କାକଚିଙ୍ଗ, କାଙ୍ଗପୋକପି ଏବଂ ଚୁରାଚନ୍ଦପୁର ଜିଲ୍ଲାରେ ଦୁଇ ଦିନ ପାଇଁ ଇଣ୍ଟରନେଟ ବନ୍ଦ କରିଦିଆଯାଇଛି। ଇମ୍ଫାଲ ଉପତ୍ୟକାର କେତେକ ଜିଲ୍ଲାରେ ବ୍ୟାପକ ହିଂସା ହୋଇଥିବା ଜଣାପଡ଼ିଛି। ଆନ୍ଦୋଳନକାରୀମାନେ ଅନେକ ବିଧାୟକଙ୍କ ଘରେ ପଶି ଅନେକ ସମ୍ପତ୍ତି ନଷ୍ଟ କରିଦେଇଥିବା ଖବର ମଧ୍ୟ ଆସିଛି।

manipur Curfew

ଖବର ଅନୁସାରେ ଏକ ଗୋଷ୍ଠୀ ସପାମ ନିଶିକାନ୍ତ ସିଂହ(ବିଧାୟକ)ଙ୍କ ଘର ଉପରେ ଆକ୍ରମଣ କରି ଗେଟ୍ ଏବଂ ଗେଟ୍ ସମ୍ମୁଖରେ ନିର୍ମିତ ବଙ୍କରଗୁଡ଼ିକୁ ନଷ୍ଟ କରିଦେଇଛନ୍ତି। ସମାନ ଗୋଷ୍ଠୀର ପ୍ରଦର୍ଶନକାରୀମାନେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସାଗୋଲବନ୍ଦରେ ବିଧାୟକ ଆର.କେ ଇମୋଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରି ଆସବାବପତ୍ର ପୋଡିବା ସହ ଝରକା କବାଟ ଭାଙ୍ଗିଦେଇଛନ୍ତି।

ସୂଚନା ଅନୁସାରେ କିଛିଦିନ ତଳେ ନଭେମ୍ବରରେ ଆତଙ୍କବାଦୀ ବୌରବେକରାରେ ଏକ ପୋଲିସ ବାହିନୀଙ୍କ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ସୁରକ୍ଷାକାରୀମାନେ ଏହି ଆକ୍ରମଣକୁ ବିଫଳ କରିଦେଇଥିଲେ । ୧୧ ଆତଙ୍କବାଦୀଙ୍କ ଜୀବନ ଚାଲିଯାଇଥିଲା । ପଛକୁ ଘୁଞ୍ଚିବା ସମୟରେ ଆତଙ୍କବାଦୀ ପୋଲିସ ଷ୍ଟେସନ ନିକଟରେ ଥିବା ରିଲିଫ କ୍ୟାମ୍ପରୁ ୩ଜଣ ମହିଳା ଏବଂ ୩ ଜଣ ଶିଶୁଙ୍କ ଅପହରଣ ହୋଇଥିବା ଖବର ଜାଣିବାକୁ ପାଇଥିଲେ । ମଣିପୁରରେ କୁକି ଏବଂ ମେଟାଇ ସମ୍ପ୍ରଦାୟ ଲୋକେଙ୍କ ମଧ୍ୟରେ ବହୁତ ହିଂସା ହେଇଥିବା ପ୍ରମାଣ ରହିଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+