Get Updates
Get notified of breaking news, exclusive insights, and must-see stories!

ଥମୁନି ହିଂସା: ମଣିପୁରରେ ଲାଗିଲା କର୍ଫ୍ୟୁ

Manipur News: ପୁଣି ଅଶାନ୍ତ ହୋଇ ପଡିଛି ମଣିପୁର, ମେ'୩ ତାରୁଖରୁ ଆରମ୍ଭ ହୋଇଥିବା ହିଂସା ବନ୍ଦ ହେବାର ନାଁ ନେଉ ନାହିଁ । କିଛିଦିନ ହେବ ରାଜ୍ୟରେ କିଛି କିଛି ସ୍ଥାନରେ ହିଂସା ଆରମ୍ଭ ହୋଇଛି। ଗତକାଲି ଏହି ଘଟଣାକୁ ନେଇ CRPF'କୁ ବଡ଼ ସଫଳତା ମିଳିଛି । ସିଆରଏଫ୍ ଗୁଳିରେ ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ ନିବତ ହୋଇଥିଲେ ହେଲେ ଏହି ଘଟଣାରେ ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି ।

Manipur News

କୁକି-ଜୋ-କାଉନସିଲିଂ କହିଛି, ଜିରିବାମରେ ଘଟିଥିବା ଘଟଣାରେ ସିଆର୍‌ପିଏଫ୍‌ ଆକ୍ରମଣରେ ଆମେ କୁକି-ଜୋ ଗାଁର ୧୧ ଜଣ ସ୍ୱେଚ୍ଛାସେବୀଙ୍କୁ ହରାଇଛି। ସେମାନଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ପୀଡିତମାନଙ୍କୁ ସମ୍ମାନ ଜଣାଇବା ଏବଂ ଆମର ସାମୂହିକ ଦଃଖ ଏବଂ ଏକତାକୁ ପ୍ରକାଶ କରିବା ପାଇଁ କୁକି-ଜୋ ପରିଷଦ ନଭେମ୍ବର ଆଜି ସକାଳ ୫ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛି।

ସେମାନେ ଆହୁରି କହିଛନ୍ତି, ଆମର ମୂଲ୍ୟବାନ ଗ୍ରାମ ସ୍ୱେଚ୍ଛାସେବୀଙ୍କ ହତ୍ୟା କେବଳ ସେମାନଙ୍କ ପରିବାର ପାଇଁ ନୁହେଁ, ସମଗ୍ର କୁକି-ଜୋ ସମ୍ପ୍ରଦାୟ ପାଇଁ ଏକ ଝଟକା। ଏହାକୁ ଆମେ କଡ଼ା ନିନ୍ଦା କରୁଛୁ । ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ତୁରନ୍ତ ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରୁଛୁ ବୋଲି କୁକୁ ଜୋ କାଉନସିଲ କହିଛି।

ଏହି କର୍ଫ୍ୟୁକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ସେହିପରି ବର୍ତ୍ତମାନ ଆଉ ୫ ଜଣ ନିଖୋଜ ଅଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+