ବ୍ୟାପକ ହିଂସା ପରେ ଲଦାଖରେ ୧୬୩ ଧାରା ଲାଗୁ
ଲଦାଖରେ ବ୍ୟାପକ ହିଂସା ପରେ କର୍ଫ୍ୟୁ ଜାରି ହୋଇଛି । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ପ୍ରଦର୍ଶନ କରାଯାଉଛି । ଲେହ, କାରଗିଲ ଭଳି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହୋଇଛି। ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ହିଂସାରେ ସଂପୃକ୍ତ ଅଭିଯୋଗରେ ୫୦ ଜଣଙ୍କୁ ଅଟକ ରଖାଯାଇଛି ।
ହିଂସାକୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ପକ୍ଷରୁ ଲେହରେ ୧୬୩ ଧାରା ଲାଗୁ କରାଯାଇଛି । ହିଂସା ସମୟରେ ଲେହରେ ଥିବା ବିଜେପି କାର୍ଯ୍ୟାଳୟକୁ ବିକ୍ଷୋଭକାରୀ ପୋଡି ଦେଇଛନ୍ତି । ରାଜ୍ୟ ମାନ୍ୟତା ଦାବିରେ ସୋନମ ୱାଙ୍ଗଚୁକ୍ ସେପ୍ଟେମ୍ବର ୧୦ତାରିଖରୁ ଅନଶନରେ ବସିଛନ୍ତି ।

ରାଜ୍ୟ ମାନ୍ୟତା ଦାବିରେ ଆଜି କାର୍ଗିଲ ବନ୍ଦ ଡାକରା ଦିଆଯାଇଛି । କାର୍ଗିଲ୍ ଡେମୋକ୍ରାଟିକ୍ ଆଲାଏନ୍ସର ସଦସ୍ୟ ସଜ୍ଜାଦ ହୁସେନ୍ କାର୍ଗିଲି କହିଛନ୍ତି ଗତକାଲି ଲେହରେ ଯାହା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ହିଂସା ପାଇଁ କୌଣସି ସ୍ଥାନ ନାହିଁ କିନ୍ତୁ ଗତ ୪ବର୍ଷ ଧରି ଯେଉଁଠାରେ ଲୋକଙ୍କ ପାଖରେ କୌଣସି ଚାକିରି ନାହିଁ, ସେଠାରେ ଲୋକଙ୍କ ମନରେ ଅସନ୍ତୋଷ ଓ ଅସୁରକ୍ଷିତ ଭାବନା ରହିଛି । ଏଠାରେ କୌଣସି ଗଣତନ୍ତ୍ର ନାହିଁ । ଆମେ ଶାସକ ଦଳକୁ ସେମାନଙ୍କର ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରୁଛୁ । ଆଜିର କାର୍ଗିଲ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ କରାଯାଉଛି । ସରକାରଙ୍କୁ ସମ୍ବେଦନଶୀଳ ଭାବରେ ଆଲୋଚନା ପୁନଃ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି ହୁସେନ୍ ।












Click it and Unblock the Notifications