ସ୍କୁଲ ବସକୁ ଧକ୍କା ଦେଲା ଟ୍ରେନ୍, ଦୁଇ ଛାତ୍ର ମୃତ,୭ ଆହତ
ତାମିଲନାଡୁରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଲ ବସକୁ ଧକ୍କା ଦେଲା ଟ୍ରେନ୍ । ଫଳରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ କୁଡାଲୋର ନିକଟ ସୀମାଙ୍କପୁରମ୍ ନିକଟରେ ସ୍କୁଲ ବସଟି ଟ୍ରେନ୍ ଲାଇନ୍ ଅତିକ୍ରମ କରୁଥିବାବେଳେ ହଠାତ୍ ଅଟକି ଯାଇଥିଲା ।

ଡ୍ରାଇଭର ଯେତେ ଚେଷ୍ଟା କଲେ ବି ବସ୍କୁ ଟ୍ରେନ୍ ଲାଇନ୍ ବାହାରକୁ ନେଇ ପାରି ନଥିଲେ । ଏହି ସମୟରେ ସ୍କୁଲ ବସରେ ଥିବା ଛାତ୍ରଛାତ୍ରୀମାନେ ବାହାରି ଯାଇଥିଲେ । ଆଉ କିଛି ବସ ଭିତରେ ରହିଯାଇଥିଲେ । ଟ୍ରେନଟି ଦ୍ରୁତ ଗତିରେ ଆସି ବସକୁ ଧକ୍କା ଦେଇଥିଲା । ଏଥିରେ ଦୁଇଜଣ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଛାତ୍ରଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।












Click it and Unblock the Notifications