ୟୁଜିସି ନେଟ୍‌ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ

ବିଶ୍ଵବିଦ୍ୟାଳୟ ଅନୁମୋଦନ ଆୟୋଗ(ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍‌) ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି। ହରିୟାଣାର ସୋନିପତରେ ଏହି ଘଟଣା ସାମ୍ନାକୁ ଆସିଛି। ଜାତୀୟ ପରୀକ୍ଷା ସଂସ୍ଥା(ଏନଟିଏ) ଦ୍ବାରା ଗତ ୧୮ ତାରିଖରେ ସିଏସଆଇଆର ୟୁଜିସି ନେଟ୍ ୨୦୨୫ ପରୀକ୍ଷା ଆୟୋଜିତ ହୋଇଥିଲା। ତେବେ ଏହାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭି​‌ଯୋଗ ​ହୋଇଛି।

ରିପୋର୍ଟ ଅନୁସାରେ, ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନୀରଜ ଧନକଡ଼ ଏବଂ ସଚିନ। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ କରି ଛାତ୍ରଛାତ୍ରୀଙ୍କୁ ଆଗୁଆ କୋଚିଂ ଦିଆଯାଉଥିଲା। ସୋନିପତର ଏକ କୋଠାରେ ୩୭ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଉପରେ ଅଭ୍ୟାସ କରାଯାଇଥିଲା।

UGC

ପ୍ରତି ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ପାଇଁ ୩ରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇଥିବା ଜଣାପଡ଼ିଛି। ତେବେ ହରିୟାଣା ସରକାରଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ଅନ୍ୟପଟେ ଏହି ଘଟଣାକୁ ନେଇ କଂଗ୍ରେସ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛି। ପ୍ରଶ୍ନପତ୍ର ପ୍ରଘଟ ରୋକିବାରେ ହରିୟାଣା ବିଜେପି ସରକାର ପୁନର୍ବାର ବିଫଳ ହୋଇଛି ବୋଲି କଂଗ୍ରେସ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+