କ୍ରିପ୍ଟୋକରେନ୍ସିକୁ ସମ୍ପତ୍ତି ମାନ୍ୟତା ଦେଲେ ମାଡ୍ରାସ ହାଇକୋର୍ଟ

ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସିକୁ ମାଡ୍ରାସ ହାଇକୋର୍ଟ 'ସମ୍ପତ୍ତି' ମାନ୍ୟତା ଦେଇଛନ୍ତି। ଏଥି ସହିତ ଭାରତୀୟ ଆଇନ ଅଧୀନ‌ରେ କ୍ରିପ୍ଟୋ ସମ୍ପର୍କିତ ବିବାଦଗୁଡ଼ିକର ଫଇସଲା କରିବା ବାଟ ଫିଟିଛି। ଜଷ୍ଟିସ୍‌ ଏନ୍ ଆନନ୍ଦ ଭେଙ୍କଟେଶ କହିଛନ୍ତି ଯେ କ୍ରିଫ୍ଟୋକରେନ୍ସି ଏକ ସମ୍ପତ୍ତି ବୋଲି କୌଣସି ଦ୍ବନ୍ଦ୍ବ ନାହିଁ। ଏହାକୁ ଦେଖିହେବ ନାହିଁ କିମ୍ବା ଏହା ମୁଦ୍ରା ବି ନୁହେଁ। କିନ୍ତୁ ଏହା ଏକ ସମ୍ପତ୍ତି ଯାହାକୁ ଉପଭୋଗ କରିହେବ ଏବଂ ସେଥିରୁ ଲାଭ ମିଳିପାରିବ। ଏହାକୁ ବିଶ୍ବାସର ସହ ରଖିହେବ ବୋଲି ସେ କହିଛନ୍ତି।

madras high court

ମାଡ୍ରାସ ହାଇକୋର୍ଟଙ୍କ ଏହି ରାୟ ଅନେକ କ୍ରିପ୍ଟୋ ନିବେଶକମାନଙ୍କ ମନୋବଳ ବଢ଼ାଇଛି। ଯେଉଁମାନେ କ୍ଷତିର ଶିକାର ହୋଇଛନ୍ତି, ସେମାନେ ଆଗକୁ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିପାରିବେ। ୱଜିରଏକ୍ସ ନାମକ ଏକ କ୍ରିପ୍ଟୋ ଏକ୍ସଚେଞ୍ଜରେ ୨୦୨୪ରେ ସାଇବର୍‌ ଆକ୍ରମଣ ଘଟିଥିଲା। ଏହାର ପ୍ରଭାବରେ ଅନେକ ନିବେଶକ ନିଜର କ୍ରିପ୍ଟୋକରେନ୍ସି ହରାଇଥିଲେ। ସେମାନେ ୱଜିରଏକ୍ସ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସିଙ୍ଗାପୁର ହାଇକୋର୍ଟ ୱଜିରଏକ୍ସକୁ କ୍ରିପ୍ଟୋକରେନ୍ସିର ସୁରକ୍ଷାକାରୀ ଭାବେ ମାନ୍ୟତା ଦେଇନଥିଲା। ଫଳରେ ନିବେଶକମାନେ ତାହାର ପଦପେକ୍ଷଗୁଡ଼ିକୁ ଚ୍ୟାଲେଞ୍ଜ କରିପାରୁନଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+