କମୁଛି ଅଶୋଧିତ ତୈଳ ଦର: ହେଲେ କମୁନି ପେଟ୍ରୋଲ କି ଡିଜେଲ ଦାମ୍
ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃହତ୍ ହ୍ରାସ ଧାରା ଜାରି ରହିଛି । ଚଳିତବର୍ଷ ମାର୍ଚ୍ଚ ମାସରେ ବ୍ୟାରେଲ ପିଛା ୧୨୦ ଡଲାର ରହିଥିବା ଅଶୋଧିତ ତେଲ ଦର ଏବେ ୭୬ ଡଲାର ତଳକୁ ଖସିଯାଇଛି ।
ନୂଆଦିଲ୍ଲୀ: ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃହତ୍ ହ୍ରାସ ଧାରା ଜାରି ରହିଛି । ଚଳିତବର୍ଷ ମାର୍ଚ୍ଚ ମାସରେ ବ୍ୟାରେଲ ପିଛା ୧୨୦ ଡଲାର ରହିଥିବା ଅଶୋଧିତ ତେଲ ଦର ଏବେ ୭୬ ଡଲାର ତଳକୁ ଖସିଯାଇଛି । ଗୋଟିଏ ମାସ ଭିତରେ ବ୍ୟାରେଲ ପିଛା ପ୍ରାୟ ୮ ଡଲାର ହ୍ରାସ ପାଇଛି । କିନ୍ତୁ ଗ୍ରାହକ ଯେଉଁ ଦାମ ଦେଇ ପୂର୍ବରୁ କିଣୁଥିଲେ, ସେଥିରେ କିଛି ପରିବର୍ତ୍ତନ ହୋଇନାହିଁ । ଗତ ମେ' ମାସ ଠାରୁ ତେଲ ଦର ବଢି ନଥିଲେ ବି ହ୍ରାସ ହୋଇ ନାହିଁ ।

ବିଦେଶ ବଜାରରେ କ୍ରୁଡ୍ ମୂଲ୍ୟରେ ହ୍ରାସ ଘଟୁଥିଲେ ସୁଦ୍ଧା ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପ୍ରକାର ହ୍ରାସ ଘଟୁନାହିଁ । ପେଟ୍ରୋଲ ଏବଂ ଡିଜେଲ ପରେ ରନ୍ଧନ ଗ୍ୟାସ୍ ଦର ନ କହିଲେ ଭଲ । ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା (୧୪.୨ କେଜି)ଦର ୧୧୦୦ ଟଙ୍କା ନିକଟତ୍ତର । ତେବେ ପୂର୍ବରୁ ଅଶୋଧିତ ତେଲ ଅଧିକ ଥିବା ବେଳେ ଦାମ ବଢ଼ି ନଥିବାରୁ ଏହାର ଭରଣା ପାଇଁ ଏବେ ତେଲ ଦର କମି ନଥିବା କହିଛି ଉକ୍ରଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ । କିନ୍ତୁ ବାସ୍ତବରେ ତେଲ ଦାମ୍ କମିବ ନା ନାହିଁ ଏ ପ୍ରସଙ୍ଗରେ କେନ୍ଦ୍ର ସରକାର ମୁହଁ ଖୋଲୁ ନାହାନ୍ତି ।
କରୋନା ମହାମାରୀ ପରେ ଟିକସ ବୃଦ୍ଧି ଓ ଅନ୍ୟାନ୍ୟ କାରଣ ଯୋଗୁ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ୍ ଦାମ୍ ତା'ଠାରୁ ଅଳ୍ପ କିଛି ଟଙ୍କା କମ୍ ରହିଛି। ଗତ ମାର୍ଚ୍ଚରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ଅଶୋଧିତ ତୈଳ ଦାମ୍ ୧୪୦ ଡଲାର ପାଖାପାଖି ବୃଦ୍ଧି ପାଇଥିଲା। ଏବେ ତାହା ୮୦ ଡଲାର ତଳକୁ ଖସିଥିଲେ ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ରେ ତାହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ । ତେଲ ଦର ଏକ ନିର୍ଦିଷ୍ଟ ଦାମ୍ରେ ସ୍ଥିର ହୋଇଯାଇଛି ।












Click it and Unblock the Notifications