ଛୁଟି ନ ମିଳିବାରୁ ଜୀବନ ହାରିଲେ ସିଆରପିଏଫ ଯବାନ
ରାଜସ୍ଥାନ ଯୋଧପୁର ସହରରେ ଅବସ୍ଥିତ CRPF ର ତାଲିମ କେନ୍ଦ୍ରରେ ଅଘଟଣ । ପ୍ରାୟ 17 ଘଣ୍ଟା ଧରି ନିଜକୁ, ଝିଅ ଓ ପତ୍ନୀଙ୍କୁ ରୁମରେ ବନ୍ଦ ରଖିବା ପରେ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି ସିଆରପିଏଫ ଯବାନ । ପାଖାପାଖି 8 ରାଉଣ୍ଡ ଗୁଳି ସେ ନିଜ ଉପରକୁ ଚଳାଇଥିବା ଜଣା
ଜୟପୁର: ରାଜସ୍ଥାନ ଯୋଧପୁର ସହରରେ ଅବସ୍ଥିତ CRPF ର ତାଲିମ କେନ୍ଦ୍ରରେ ଅଘଟଣ । ପ୍ରାୟ 17 ଘଣ୍ଟା ଧରି ନିଜକୁ, ଝିଅ ଓ ପତ୍ନୀଙ୍କୁ ରୁମରେ ବନ୍ଦ ରଖିବା ପରେ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି ସିଆରପିଏଫ ଯବାନ । ପାଖାପାଖି 8 ରାଉଣ୍ଡ ଗୁଳି ସେ ନିଜ ଉପରକୁ ଚଳାଇଥିବା ଜଣାପଡିଛି ।

ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହାପରେ ପରିବାର ଲୋକଙ୍କୁ ହସ୍ଥାନ୍ତର କରାଯିବ । ବର୍ତ୍ତମାନ ନରେଶଙ୍କ ପତ୍ନୀ ଏବଂ ଝିଅ ସୁରକ୍ଷିତ ଥିବା ସିଆରପିଏଫ କହିଛି । ଏବେ ଘଟଣାର ତଦନ୍ତ କରୁଛି ପୋଲିସ।












Click it and Unblock the Notifications