ସିଆର୍ପିଏଫ୍ ଯବାନଙ୍କ ଆଖିବୁଜା ଗୁଳିମାଡ଼:୨ ମୃତ, ୮ ଯବାନ ଗୁରୁତର
ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ସେଠାରେ ଥିବା ଏକ ସିଆରପିଏଫ କ୍ୟାମ୍ପରେ ଜଣେ ଯବାନ ସାଥି ଯବାନଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ଦୁଇ ଯବାନ ମୃତ୍ୟୁ ବରଣ କରିଥିବା ବଳେ ୮ ଆହତ ହୋଇଛନ୍ତି। ପଶ୍ଚିମ ଇମ୍ଫାଲରେ ଥିବା ୧୨୦ ସିଆର୍ପିଏଫ୍ ବାଟାଲିୟନ୍ର ଲାମ୍ଫେଲ୍ କ୍ୟାମ୍ପ୍ରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ବର୍ବର କାଣ୍ଡ ଘଟିଛି।

ହାବିଲଦାର ସଞ୍ଜୟ କୁମାର ନିଜର ସରକାରୀ ବନ୍ଧୁକରେ ଜଣେ କନଷ୍ଟେବଳ ଓ ଜଣେ ସବ୍ ଇନ୍ସପେକ୍ଟରଙ୍କୁ ହତ୍ୟା କରିବା ସହ ଅନ୍ୟମାନଙ୍କ ଉପରେ ଗୁଳିମାଡ଼ କରିଥିଲେ। ପରେ ସେହି ବନ୍ଧୁକରେ ନିଜ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିଲେ। ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।












Click it and Unblock the Notifications