ଜାମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ସହିଦ
ଶ୍ରୀନଗର: ପୁଣି ଥରେ ଜମ୍ମୁ କଶ୍ମୀର ଉଧମପୁରର ଡୁଡୁ ବସନ୍ତଗଢରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଜମ୍ମୁ କଶ୍ମୀର ପୋଲିସର ସିଆରପିଏଫ ଏବଂ ଏସଓଜିର ମିଳିତ ଟିମ୍ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଜଣେ ଇନ୍ସପେକ୍ଟର ଶହୀଦ ହୋଛନ୍ତି। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ବର୍ତ୍ତମାନ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି।
ଜଣେ ଅଧିକାରୀ କହିଛନ୍ତି, ଉଧମପୁରର ରାମନଗରର ଚେଲ ଅଞ୍ଚଳରେ ସିଆର୍ପିଏଫ୍ର ନିୟମିତ ପାଟ୍ରୋଲିଂ ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏଥିରେ ଜଣେ ସିଆର୍ପିଏଫ୍ ଇନ୍ସପେକ୍ଟର ଶହୀଦ୍ ହୋଇଥିଲେ। ଶହୀଦଙ୍କ ନାଁ କୁଲଦୀପ ବୋଲି ଜଣାପଡିଛି। ଡୁଡୁ ପୁଲିସ୍ ଷ୍ଟେସନଠାରୁ ପ୍ରାୟ ୮ କିଲୋମିଟର ଦୂରରେ ସିଆରପିଏଫର ଏକ ପୋଷ୍ଟ ନିର୍ମାଣ ଚାଲିଛି। ଏହି ପୋଷ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେଲେ ସେଠାରେ ସିଆରପିଏଫ୍ର ଏକ ବାଟାଲିୟନକୁ ମୁତୟନ କରାଯିବ।
ସେହି ପୋଷ୍ଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିବା ପାଇଁ ଏକ ଟିମ୍ ନେଇ ସେଠାକୁ ଯାଇଥିଲେ ସହିଦ ହୋଇଥିବା ଏହି ସିଆରପିଏଫ ଇନ୍ସପେକ୍ଟର। ସେତେବେଳେ ଆତଙ୍କବାଦୀମାନେ ଆମ୍ବୁଶ ଲଗାଇ ସେମାନଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ରେ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଥିଲା। ଏଇ କିଛି ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି।

ଜୁଲାଇ ମାସରେ ଡୋଡା ଜିଲ୍ଲାରେ ସେନାର ଜଣେ ଅଫିସରଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟରେ ଜଣେ ପୁଲିସ୍ କର୍ମଚାରୀ ସହିଦ ହୋଇଥିଲେ। ସେହିଭଳି ସେହି ମାସରେ ଜମ୍ମୁ ଡିଭିଜନରେ ଥିବା କାଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ସେନାର ଏକ କନଭୟ ଉପରକୁ ଆକ୍ରମଣ କରିବାରୁ ଜଣେ ଜୁନିୟର କମିଶନ୍ଡ ଅଫିସରଙ୍କ ସମେତ ସେନାର ୫ ଜଣ ଯବାନ ସହିଦ ହୋଇଥିଲେ।












Click it and Unblock the Notifications