ଟିଭିକେ ମୁଖ୍ୟଙ୍କ ରାଲି ବେଳେ ଦଳାଚକଟା; ବିଜୟଙ୍କ ନାଁରେ ସାଂଘାତିକ ଅଭିଯୋଗ
ତାମିଲନାଡୁର କରୁରରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଦଳାଚକଟାରେ ୪୧ ଜଣ ପ୍ରାଣ ହରାଇଛନ୍ତି। ଅଭିନେତା ଏବଂ ଟିଭିକେ ମୁଖ୍ୟ ବିଜୟଙ୍କ ଦ୍ୱାରା ଆୟୋଜିତ ଏକ ରାଲି ସମୟରେ ଏହି ଘଟଣା ଘଟିଥିଲା। ଏଫଆଇଆରରେ, ପୋଲିସ ବିଜୟଙ୍କ ଉପରେ 'ଜାଣିଶୁଣି ଶକ୍ତି ପ୍ରଦର୍ଶନ"ର ଅଭିଯୋଗ କରିଛି। ବିଜୟଙ୍କ ଅବହେଳା ପାଇଁ ଦଳାଚକଟା ଘଟିଲା ବୋଲି ପୁଲିସ ଅଭିଯୋଗ କରିଛି। ଏ ନେଇ କରୁର ସିଟି ପୁଲିସ ପକ୍ଷରୁ ଏତଲା ମଧ୍ୟ ଦିଆଯାଇଛି।

ପୁଲିସ ସୂଚନା ଅନୁସାରେ, ନିର୍ବାଚନୀ ରାଲି ପାଇଁ ପୂର୍ବାହ୍ନ ୧୧ଟା ସୁଦ୍ଧା ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ବିଜୟ ରାଲିରେ ପହଞ୍ଚି ଉଦବୋଧନ ଦେବାର ଥିଲା। କିନ୍ତୁ ସେ ୫ ଘଣ୍ଟା ବିଳମ୍ବ କରି ଅର୍ଥାତ ସନ୍ଧ୍ୟା ୭ଟାରେ ଆସି ପହଞ୍ଚିଥିଲେ। ଲୋକମାନେ ପୂର୍ବାହ୍ନରୁ ତାଙ୍କୁ ଅପେକ୍ଷା କରି ରହିଥିଲେ।
ଅନ୍ୟପଟେ ୧୦ ହଜାର ଲୋକଙ୍କ ସମାଗମ ହେବ ବୋଲି କୁହାଯାଇଥିଲେ ହେଁ ୨୭ ହଜାର ଲୋକ ଏକଜୁଟ ହୋଇଥିଲେ। ବିଜୟ ଯେହେତୁ ଦଳର ମୁଖ୍ୟ, ତେଣୁ ତାଙ୍କର ଏସବୁ ଅବହେଳା ପାଇଁ ଦଳାଚକଟା ଘଟିଲା ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ, ଗତ ଶନିବାର ଦିନ କରୁରଠାରେ ବିଜୟଙ୍କ ନିର୍ବାଚନୀ ରାଲିରେ ଦଳାଚକଟା ଯୋଗୁ ୪୦ ଜଣଙ୍କ ମୃତ୍ୟୁ ଘଟିଥିଲା। ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ।












Click it and Unblock the Notifications