ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହେଲା ବନ୍ୟପ୍ରାଣୀ ଏବଂ ଜଳପ୍ରବାହ ଜନିତ ଫସଲ କ୍ଷତ
ବନ୍ୟ ପ୍ରାଣୀ ଏବଂ ଜଳ ପ୍ରବାହ ଜନିତ ଫସଲ କ୍ଷତିକୁ ଏବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବନ୍ୟ ପ୍ରାଣୀ ଯୋଗୁଁ ହେଉଥିବା ଫସଲ କ୍ଷତିକୁ ସ୍ଥାନୀୟ ବିପଦ ବର୍ଗରେ ପଞ୍ଚମ ଅତିରିକ୍ତ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ଜଳବନ୍ଦୀ ଏବଂ ଜଳ ପ୍ରବାହ ଯୋଗୁଁ ହେଉଥିବା ଫସଲ କ୍ଷତିକୁ ସ୍ଥାନୀୟ ବିପର୍ଯ୍ୟୟ ବର୍ଗରେ ସାମିଲ କରାଯାଇଛି । ତେବେ ରାଜ୍ୟଗୁଡ଼ିକ ଏଭଳି ଫସଲ କ୍ଷତି ପାଇଁ ତାଲିକା ପ୍ରସ୍ତୁତ ସହ ସମ୍ଭାବ୍ୟ ଅଞ୍ଚଳକୁ ଚିହ୍ନଟ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।













Click it and Unblock the Notifications