ସିଦ୍ଦରମେୟାଙ୍କ ଅଡ଼ୁଆ ବଢ଼ାଇବେ ଡିକେ ଶିବ କୁମାର, ଜାଣନ୍ତୁ କାରଣ....
ବେଙ୍ଗାଲୁରୁ:କର୍ଣ୍ଣାଟକ କଂଗ୍ରେସରେ ଦେଖା ଦେଇଛି ସଙ୍କଟ । ପିସିସି ସଭାପତି ଡିକେ ଶିବକୁମାର ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଛକାପଞ୍ଝା ଚାଲିଥିବା ବେଳେ କୁହାଯାଉଛି ଭିତିରିଆ ଖେଳ କରିଦେଇଛନ୍ତି ଶିବକୁମାର ।
ଗତ କିଛି ମାସ ଧରି ଡିକେ ଶିବକୁମାର ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଟଣାଓଟରା ଚାଲିଥିବା ଦେଖିବାକୁ ମିଳିଥିବା ବେଳେ ଶିବକୁମାରଙ୍କ ସମର୍ଥକମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଦାବି କରିଥିଲେ । ତାକୁ ନେଇ ଦୁଇ ଶୀର୍ଷ ନେତାଙ୍କ ଭିତରେ ସବୁକିଛି ଠିକ୍ ନଥିବା କୁହାଯାଉଥିବା ବେଳେ ଏବେ ଯେତେବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ରାଜନୈତିକ ପରାମର୍ଶଦାତା ହଠାତ୍ ନିଜ ପଦରୁ ଇସ୍ତଫା ଦେଉଛନ୍ତି ସେତେବେଳେ କର୍ଣ୍ଣାଟକ କଂଗ୍ରେସରେ କିଛି ଠିକ୍ ନଥିବା ଜଳଜଳ ହୋଇ ଜଣା ପଡିଛି ।

କାଲାବୁର୍ଗିର ଟାଣୁଆ ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ବି.ଆର ପାଟିଲଙ୍କୁ ଦଳରେ କୌଣସି ଗୁରୁତ୍ବ ନମିଳିବା ଏବଂ ମନ୍ତ୍ରୀ ପଦଠୁ ଦୂରେଇ ରଖିବା କାରଣରୁ ସେ ବି ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।












Click it and Unblock the Notifications