୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା
ଭୁବନେଶ୍ୱର: ଦେଶରେ ଆସନ୍ତା କାଲି ହେବ ତୃତୀୟ ପର୍ଯ୍ୟାୟ ମତଦାନ । ଆଉ ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ଲାଗି ଏବେ ରାଜ୍ୟରେ ଏବେ ରାଜନୈତି ସ୍ଥିତି ରହିଛି ପୂରା ଉଷ୍ମ । ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧ ମାମଲା
। ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ । ଏହି ରିପୋର୍ଟ ଦେଇଛି ଏଡିଆର ଓ ଓ ଇଲେକସନ ୱାଚ । ରିପୋର୍ଟ ଅନୁସାରେ ବ୍ରହ୍ମପୁରରୁ ସ୍ୱାଧୀନ ଭାବେ ବିଧାୟକ ଭାବେ ଲଢୁଥିବା ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ନାଁରେ ରହିଛି ସବୁଠୁ ଅଧିକ ୪୬ଟି କ୍ରିମିନାଲ କେସ୍ । ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଆଦୌ ପାଠ ପଢିନାହାନ୍ତି ।

ମଇଦାନରେ ଅଛନ୍ତି ମାତ୍ର ୩୨ଜଣ ମହିଳା । ସବୁଠୁ ଧନୀ ପ୍ରାର୍ଥୀ ହେଲେ ଦିଗପହଣ୍ଡିର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର । ତାଙ୍କର ମୋଟ ସମ୍ପତ୍ତି ୩୩ କୋଟି ୩୬ ଲକ୍ଷରୁ ଅଧିକ । ଏଡ଼ିଆର ଓ ଓଡ଼ିଶା ଇଲେକସନ ୱାଚ୍ ରିପୋର୍ଟରେ ଆହୁରି କୁହାଯାଇଛି, ସତ୍ୟପାଠରେ ଦୁଇ ଜଣ ପ୍ରାର୍ଥୀ କହିଛନ୍ତି, ତାଙ୍କ ପାଖରେ କୌଣସି ସଂପତ୍ତି ନାହିଁ । ଲକ୍ଷ୍ମୀପୁର ଆସନରୁ ବିଧାୟକ ପ୍ରାର୍ଥୀ ରିପବ୍ଲିକାନ ପାର୍ଟିର ରମେଶ ଜାନି କହିଛନ୍ତି, ତାଙ୍କ ପାଖରେ ଅଛି ମାତ୍ର ହଜାରେ ଟଙ୍କା ।












Click it and Unblock the Notifications