ନୀରଜଙ୍କ ପାଇଁ ବଡ ଘୋଷଣା କଲେ କ୍ରିକେଟର ଋଷବ ପନ୍ତ, ଜାଣନ୍ତୁ କଣ

ପ୍ରଥମ ପ୍ରୟାସରେ ଚଳିତ ଋତୁର ଶ୍ରେଷ୍ଠ ପ୍ରଦର୍ଶନ (୮୯.୩୪ ମିଟର) ସହ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ସ୍ଥାନରେ ରହି ଭାରତୀୟ ଜାଭଲିନ୍ ତାରକା ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ଜାଭଲିନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

Rushab Pant

ତା' ସହିତ ଆଥଲେଟିକ୍ସରୁ ଭାରତ ଓ ନୀରଜ ଲଗାତାର ଦ୍ବିତୀୟ ସ୍ବର୍ଣ୍ଣ ଜିତିବାର ସମ୍ଭାବନା ବଢ଼ିଯାଇଛି। ନୀରଜଙ୍କ ଜବରଦସ୍ତ ଓ ପରାକ୍ରମୀ ପ୍ରଦର୍ଶନକୁ ନେଇ ମଧ୍ୟ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି।

ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ୍ 'ବି'ରେ ସ୍ଥାନ ପାଇଥିବା ୨୬ ବର୍ଷୀୟ ନୀରଜ ଟୋକିଓ ଅଲିମ୍ପିକ୍ସ ଭଳି ପ୍ୟାରିସ୍‌ରେ ମଧ୍ୟ ନିଜ ପ୍ରଥମ ପ୍ରୟାସରେ ୮୪ ମିଟରର ସିଧାଳସଖ ଯୋଗ୍ୟତା ସୀମାରେଖାକୁ ଅତି ସହଜରେ ଟପି ଯାଇଥିଲେ। ଫଳରେ ପରବର୍ତ୍ତୀ ଦୁଇଟି ରାଉଣ୍ଡ୍‌ରେ ତାଙ୍କୁ ଆଉ ଜାଭଲିନ୍ ଫିଙ୍ଗିବାକୁ ପଡ଼ି ନଥିଲା। ଏବେ ଯୋଗ୍ୟତା ପର୍ଯ୍ୟାୟର ଶ୍ରେଷ୍ଠ ୧୨ଜଣ ଖେଳାଳିଙ୍କୁ ନେଇ ହେବାକୁ ଥିବା ଫାଇନାଲ୍‌ରେ ସ୍ବର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିବାକୁ ଚେଷ୍ଟା କରିବେ ସେ। ଏହି ଐତିହାସିକ ଲଢ଼େଇ ଗୁରୁବାର ରାତି ୧୧ଟା ୫୫ରୁ ଆରମ୍ଭ ହେବ।

ଏମଧ୍ୟରେ ଭାରତୀୟ କ୍ରିକେଟର ଋଷଭ ପନ୍ତ ଏକ ବଡ଼ ଘୋଷଣା କରିଛନ୍ତି। ଏକ୍ସରେ ପୋଷ୍ଟ କରି ସେ ‌ଲେଖିଛନ୍ତି, "ଯଦି ନୀରଜ ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ଜିତିବେ, ତେବେ ଏହି ଟ୍ୱିଟରେ ଅଧିକ ଲଇକ୍ ଏବଂ କମେଣ୍ଟ କରିଥିବା ପ୍ରଶଂସକଙ୍କୁ ୧୦୦୦୮୯ ଟଙ୍କା ଦେବି। ଏହା ସହ ଟପ୍-୧୦ରେ ଥିବା ପ୍ରଶଂସକମାନଙ୍କୁ ବିମାନ ଟିକେଟ ମିଳିବ। ଆସନ୍ତୁ ସମସ୍ତେ ମୋ ଭାଇ ନୀରଜଙ୍କୁ ସମର୍ଥନ କରିବା।" ତାଙ୍କର ଏହି ଟ୍ବିଟ ଏବେ ଭାଇରାଲ ହେବାରେ ଲାଗିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+