ୟୁପି ବିଜେପିର ବଡ଼ କନ୍ଦଳ! ଯୋଗୀଙ୍କ ଗାଦି ଟଳମଳ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭାରତୀୟ ଜନତା ପାର୍ଟି ୟୁନିଟରେ ସବୁକିଛି ଠିକ୍ ଚାଲିନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ୧୦ଟି ବିଧାନସଭା ଆସନରେ ହେବାକୁଥିବା ଉପନିର୍ବାଚନ ପାଇଁ ୩୦ ଜଣ ମନ୍ତ୍ରୀଙ୍କ ଏକ ଟିମ୍ ଗଠନ କରିଛନ୍ତି ଯେଉଁଥିରେ ରାଜ୍ୟର ଉଭୟ ଉପମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରାଯାଇ ନାହିଁ ।
ଅନ୍ୟପଟେ ଯୋଗୀ ସରକାର ଇସ୍ତଫା ଦେବା ନେଇ ନାନା ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି ଯେ, ଆଜି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଦେଇପାରନ୍ତି । ସିଏମ ଯୋଗୀ ଆଜି ମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଛନ୍ତି । ଯୁପିର ଉପ-ନିର୍ବାଚନରେ ୧୦ଟି ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବ । ଏସବୁ ମଧ୍ୟରେ ଡେପୁଟି ସିଏମ ମୌର୍ଯ୍ୟ ବୈଠକ ପୂର୍ବରୁ ଟ୍ୱିଟ କରିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ଲୋକ ସଭା ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନକୁ ନେଇ ଯୋଗୀଙ୍କୁ ଦାୟୀ କରାଯାଉଛି । ୨୦୧୯ ନିର୍ବାଚନରେ ବିଜେପି ୬୨ଟି ଆସନ ଜିତିଥିବାବେଳେ ୨୦୨୪ରେ ମାତ୍ର ୩୩ଟି ଆସନ ହାସଲ କରିଛି । ଯେଉଁ କାରଣରୁ ଏବେ ଯୋଗିଙ୍କ ଉପରେ ଦଳୀୟ ନେତା ଓ କର୍ମୀ ଖପ୍ପା ଥିବା କୁହାଯାଉଛି ।

ଲୋକସଭା ନିର୍ବାଚନ ପରେ ଖୁବଶୀଘ୍ର ଉତ୍ତର ପ୍ରଦେଶରେ ୧୦ ଟି ବିଧାନସଭା ପାଇଁ ହେବାକୁ ଯାଉଛି ଉପ ନିର୍ବାଚନ । ଏହି ନିର୍ବାଚନକୁ ପରିଚାଳନା କରିବାକୁ ଯୋଗୀ ସରକାରର ୩୦ ଜଣ ମନ୍ତ୍ରୀଙ୍କୁ ଦାୟୀତ୍ୱ ଦିଆଯାଇଛି । ହେଲେ ସବୁଠାରୁ ବଡକଥା ହେଉଛି କି, ଏହି ୩୦ ଜଣିଆ ଟିମ୍ ଭିତରେ କିନ୍ତୁ ଯୋଗୀ ସରକାରରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ସ୍ଥାନ ନ ପାଇବା ଦେଇ ଚର୍ଚ୍ଚା ଜୋର ଧରିଛି ।
ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ଠାକୁର ଓ କେଶବ ପ୍ରସାଦ ମୌର୍ଯ୍ୟ ସ୍ଥାନ ପାଇନାହାଁନ୍ତି ।ଗତ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟିର ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଓ ବୁଧବାର ଦିନ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟ କରିଥିଲେ । ଏହି କ୍ରମରେ ସେମାନେ ରାଜ୍ୟର ସଂଗଠନ ବାବଦରେ ଜଣାଇଥିଲେ । କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ ମାଧ୍ୟମରେ ଜଣାଇଥିଲେ କି ରାଜ୍ୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଦୁଃଖକୁ ସେ ନିଜର ଦୁଃଖ ଭାବେ ଭାବିଥାନ୍ତି । ସେପଟେ ବିଜେପିରେ ଚାଲିଥିବା ଏହି କନ୍ଦଳକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଟ୍ୱିଟ କରି ଟାର୍ଗେଟ୍ କରିଛନ୍ତି ।












Click it and Unblock the Notifications