ମହାବିକାଶ ଅଘାଡ଼ିରେ ଫାଟ! ବିଏମସି ନିର୍ବାଚନରେ ଏକୁଟିଆ ଲଢ଼ିବ କଂଗ୍ରେସ
ବିଏମସି ନିର୍ବାଚନ ପୂର୍ବରୁ ମହାବିକାଶ ଅଘାଡ଼ିରେ ଫାଟ ଦେଖା ଯାଇଛି। ଠାକରେ ଭ୍ରାତା ଏକ ହେବା ପରେ ଅଘାଡ଼ିରେ ଏବେ ସବୁକିଛି ଠିକ୍ ନଥିବା ଖବର ଆସୁଛି। ମୁମ୍ବାଇ ବିଏମସି ନିର୍ବାଚନରେ ଠାକରେ ଭ୍ରାତା (ଉଦ୍ଧବ ଠାକରେ ଓ ରାଜ ଠାକରେ) ମରାଠୀ-ମୁସ୍ଲିମ ସମୀକରଣରୁ ବିଜୟ ଆଶା କରୁଥିବା ବେଳେ ଉଦ୍ଧବ ଓ ରାଜ ଏକାଠି ହେବା କଂଗ୍ରେସ ଆଖିରେ ଯାଉ ନାହିଁ। ଏଣୁ କଂଗ୍ରେସ ଶନିବାର ବିଏମସି ନିର୍ବାଚନ ଏକାକୀ ଲଢିବ ବୋଲି ଘୋଷଣା କରିଛି।
ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ରମୋ ଚେନ୍ନିଥଲା ଶନିବାର ଏହା ସ୍ପଷ୍ଟ କରିଛନ୍ତି। ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବ। ଦଳ ଖୁବଶୀଘ୍ର ନିଜର ଘୋଷଣାପତ୍ର ଜାରି କରିବ। ଚେନ୍ନିଥଲା କହିଛନ୍ତି ଯେ, ବିଏମସିରେ ହୋଇଥିବା ଭ୍ରଷ୍ଟାଚାରକୁ ନେଇ ଏକ ଚାର୍ଜଶିଟ୍ ଜନତାଙ୍କ ସମ୍ମୁଖରେ ରଖାଯିବ। ମୁମ୍ବଇର ବିକାଶ ଯେପରି ହେବା ଆବଶ୍ୟକ ସେପରି ହୋଇନାହିଁ। ଏଥିପାଇଁ କିଏ ଦାୟୀ ତାହା ଜନତା ଭଲ ଭାବେ ଜାଣିଛନ୍ତି।

ସେ ଆହୁରି କହିଥିଲେ ଯେ, ବିଏମସି ନିର୍ବାଚନ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପରେ ଦଳ ନିର୍ବାଚନୀ ପ୍ରସ୍ତୁତିକୁ ନେଇ ଆଲୋଚନା କରିଛି। ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରାଯାଉଛି।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications