ଇଣ୍ଡିଆ ମେଣ୍ଟରେ ଫାଟ; ଲାଲୁ କହିଲେ ମମତା ବାନାର୍ଜୀଙ୍କୁ ମିଳୁ ମେଣ୍ଟର ତାୟିତ୍ଵ

ଲୋକସଭା ନିର୍ବାଚନରେ ବିରୋଧୀ ଦଳର ପରାଜୟ ଏବଂ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପରେ ମମତା ବାନାର୍ଜୀଙ୍କୁ ଇଣ୍ଡିଆ ଆଲାଇନ୍ସର ଦାୟିତ୍ଵ ହସ୍ତାନ୍ତର ଦାବି ଜୋରଦାର ହୋଇଛି। ବର୍ତ୍ତମାନ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ଯାଦବ ମଧ୍ୟ ମମତା ବାନାର୍ଜୀଙ୍କୁ ବିରୋଧୀ ଦଳର ନେତା କରିବାକୁ ଦାବି କରିଛନ୍ତି। ମଙ୍ଗଳବାର ଲାଲୁ କହିଛନ୍ତି ଯେ କଂଗ୍ରେସର ଆପତ୍ତିର କୌସି ଅର୍ଥ ନାହିଁ। ଆମେ ମମତାଙ୍କୁ ସମର୍ଥନ କରିବୁ | ମମତା ବାନାର୍ଜୀଙ୍କୁ ଇଣ୍ଡିଆ ବ୍ଲକର ନେତୃତ୍ୱ ଦିଆଯିବା ଉଚିତ୍।

India Alliance

ଇଣ୍ଡିଆ ବ୍ଲକର ନେତୃତ୍ୱକୁ ନେଇ ଚାଲିଥିବା ଟଣାଓଟରା ଭିତରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବଡ଼ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଡିଆ ମେଣ୍ଟର ନେତା ଭାବରେ ଚୟନ କରବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ କରୁଥିବା ବିରୋଧର କୌଣସି ଅର୍ଥ ହିଁ ନାହିଁ। ମମତାଙ୍କୁ ହିଁ ଇଣ୍ଡି ମେଣ୍ଟର ନେତା କରାଯିବା ଉଚିତ୍।

ଏହି ସମୟ ମଧ୍ୟରେ ବିହାରରେ ହେବାକୁ ଥିବା ଆଗାମୀ ନିର୍ବାଚନରେ ତାଙ୍କ ଦଳ କ୍ଷମତାକୁ ଆସିବ ବୋଲି ଲାଲୁ ଯାଦବ ଦୃଢ଼ୋକ୍ତି ଦେଖାଇଛନ୍ତି। ଲାଲୁ ଯାଦବ ଦାବି କରିଛନ୍ତି ଯେ ତାଙ୍କ ଦଳ ୨୦୨୫ରେ ବିହାରରେ ସରକାର ଗଠନ କରିବାକୁ ଯାଉଛି। ନୀତୀଶ କୁମାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ଆସନ୍ତା ବର୍ଷ ବିହାରରେ ଆରଜେଡି ସରକାର ଗଠନ ହେବାକୁ ଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+