Get Updates
Get notified of breaking news, exclusive insights, and must-see stories!

ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା, ଏନକାଉଣ୍ଟରରେ ଟଳିଳା ହାର୍ଡକୋର ମାଓବାଦୀ ମନୀଷ ଯାଦବ

ଏନକାଉଣ୍ଟରରେ ଟଳିଲା ହାର୍ଡକୋର ମାଓବାଦୀ । ଝାଡଖଣ୍ଡର ଲାତେହାରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହୋଇଛି ମାଓ କମାଣ୍ଡର ମନୀଷ ଯାଦବ । ରବିବାର ବିଳମ୍ବିତ ରାତିରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲୁଥିବା ବେଳେ ମନୀଷ ଯାଦବ ନିପାତ ହୋଇଛି । ମୃତ ମାଓବାଦୀ ମନିଷଙ୍କ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଅପର ପକ୍ଷରେ ୧୦ଲକ୍ଷ ଟଙ୍କା ପୁରସ୍କାର ଥିବା ଆଉ ଜଣେ ମାଓବାଦୀକୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଘଟଣାସ୍ଥଳରୁ ୨ଟି ରାଇଫଲ ଜବତ ହୋଇଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।

ଡିଆଇଜି ନିଲେଶ କୁମାର କହିଛନ୍ତି ଯେ ଗୋପାଳଗଞ୍ଜ ଏବଂ ସିୱାନରେ ମନୀଷ ଯାଦବଙ୍କ ବିରୋଧରେ ହତ୍ୟା ଏବଂ ଡକାୟତିର ଦଶରୁ ଅଧିକ ମାମଲା ରୁଜୁ ହୋଇଥିଲା। ଯିଏ ବିହାର ଏବଂ ୟୁପିରେ ଅପରାଧିକ ଘଟଣା ଘଟାଇଥିଲା। ମନୀଷ ଯାଦବଙ୍କୁ ଦିଲ୍ଲୀର କାଲକାଜିରୁ ଏସଟିଏଫ ଗିରଫ କରିଥିଲା।

CPI Maoist Manish Yadav

ସାକେତ କୋର୍ଟରେ ହାଜର କରାଯିବା ପରେ, ତାଙ୍କୁ ଗୋପାଳଗଞ୍ଜ କୋର୍ଟକୁ ହାଜର ପାଇଁ ଅଣାଯାଉଥିଲା। ୟୁପିର ଦେଓରିଆରୁ ପୁଲିସ ଟିମ ଗୋପାଳଗଞ୍ଜରେ ପ୍ରବେଶ କରିବା ମାତ୍ରେ ମନୀଷ ଯାଦବ ଏସଟିଏଫ ଯବାନ ରୋଶନ କୁମାରଙ୍କ ପିସ୍ତଲ ଛଡ଼ାଇ ନେଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ରୋଶନଙ୍କ କାନ୍ଧରେ ବାଜିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+