ମହାକୁମ୍ଭରେ ଗଙ୍ଗା ପାଣିକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ, ଜାଣନ୍ତୁ କେତେ ପରିସ୍କାର ତ୍ରିବେଣୀ ସଙ୍ଗମ ଜଳ
CPCB Report On Prayagraj Mahakumbh: ମହାକୁମ୍ଭକୁ ନେଇ ସାରା ବିଶ୍ୱରେ ଉତ୍ସାହର ମାହୋଲ ରହିଛି । ଦୂରଦୂରାନ୍ତରୁ ଲୋକମାନେ ପ୍ରୟାଗରାଜରେ ବୁଡ ପକାଇବା ପାଇଁ ପହଁଞ୍ଚୁଛନ୍ତି । ବଢିଥିବା ଭିଡ଼ ହିଁ ବଖାଣୁଛି ମହାକୁମ୍ଭ ମେଳା ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ । ଏହାରି ମଧ୍ୟରେ ଖବର ପ୍ରକାଶ ପାଇଛି ପ୍ରୟାଗରାଜ ମହାକୁମ୍ଭ ସମୟରେ ଗଙ୍ଗା-ଯମୁନାରେ ପ୍ରଦୂଷଣ ବୃଦ୍ଧି ପାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୋମବାର ଦିନ ଜାତୀୟ ସବୁଜ ଟ୍ରିବ୍ୟୁନାଲକୁ ଏହାର ରିପୋର୍ଟ ଦାଖଲ କରିଛି। ଗଙ୍ଗା ପାଣିରେ କ୍ଷତିକାରକ ବ୍ୟାକ୍ଟେରିଆ ଥିବା ନେଇ ଦାବି କରାଯାଉଛି ।
ଏହି ରିପୋର୍ଟ ଅନୁସାରେ, ମହାକୁମ୍ଭ ସମୟରେ ପ୍ରୟାଗରାଜରେ କ୍ଷତିକାରକ ବ୍ୟାକ୍ଟେରିଆ ଫେକଲ କୋଲିଫର୍ମ ଜୀବାଣୁର ପରିମାଣ ବୃଦ୍ଧି ପାଇଛି, ଯାହାଦ୍ୱାରା ନଦୀରେ ପ୍ରଦୂଷଣର ସ୍ତର ବଢୁଛି । ରିପୋର୍ଟ ଅନୁଯାୟୀ, ମହାକୁମ୍ଭ ଚାଲିଥିବା ଦିନଠାରୁ ପ୍ରୟାଗରାଜର ବିଭିନ୍ନ ସ୍ଥାନରେ ଫେକଲ କୋଲିଫର୍ମର ସ୍ତର ସ୍ନାନ ପାଇଁ ମୌଳିକ ଜଳ ଗୁଣବତ୍ତା ପାଇଁ ଉପଯୁକ୍ତ ନୁହେଁ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟରେ କୁହାଯାଇଛି, ନର୍ଦ୍ଦମା ମଇଳା ପାଣିର ସୂଚକ ଫେକଲ କୋଲିଫର୍ମର ସୀମା ପ୍ରତି 100 ମିଲିରେ 2500 ୟୁନିଟ୍। ପ୍ରୟାଗରାଜରେ ଗଙ୍ଗା ଏବଂ ଯମୁନା ନଦୀରେ ନର୍ଦ୍ଦମା ଜଳ ପ୍ରବାହ ବନ୍ଦ କରିବା ନେଇ ଏକ ମାମଲାର ଶୁଣାଣି NGT ବର୍ତ୍ତମାନ କରୁଛି। ମହାକୁମ୍ଭମେଳା ପାଇଁ ସ୍ୱେରେଜ୍ ପରିଚାଳନା ଯୋଜନା ସମ୍ପର୍କରେ NGT ପୂର୍ବରୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଜାରି କରିସାରିଛି।
2019 ମସିହାରେ ପ୍ରୟାଗରାଜ କୁମ୍ଭ ଉପରେ ସିପିସିବି ରିପୋର୍ଟରେ କୁହାଯାଇଥିଲା ଯେ ମୁଖ୍ୟ ସ୍ନାନ ଦିନ ଗୁ଼ଡିକରେ ପାଣି ଅତ୍ୟନ୍ତ ଦୁଷିତ ଥିଲା । 2019 କୁମ୍ଭମେଳାରେ 130.2 ନିୟୁତ ଭକ୍ତ ଯୋଗ ଦେଇଥିଲେ।












Click it and Unblock the Notifications