Get Updates
Get notified of breaking news, exclusive insights, and must-see stories!

CoWin ଆପରୁ ଡାଟା ଲିକ୍, ଅଭିଯୋଗ ଆଣିଲା ଟିଏମସି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିରୋଧରେ ଟିଏମସି ଆଣିଲା ବଡ଼ ଅଭିଯୋଗ । କୋଭିଡ -19 ଟୀକାକରଣ ଟ୍ରାକିଂ ପ୍ଲାଟଫର୍ମ CoWinରେ ପଞ୍ଜୀକୃତ ହୋଇଥିବା ସମସ୍ତ ଲୋକଙ୍କ ତଥ୍ୟ ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଯେଉଁଥିରେ ଅନେକ ବରିଷ୍ଠ ନେତା ଏବଂ ହାଇ ପ୍ରୋଫାଇଲ୍ ଲୋକ ମଧ୍ୟ ସାମିଲ ଅଛନ୍ତି । ଟିଏମସି ପ୍ରମାଣ ଭାବରେ ଅନେକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛି ।

Adhar Card

ଟିଏମସି ମୁଖପାତ୍ର ସାକେତ ଗୋଖଲେ ଟ୍ୱିଟ୍ କରି କହିଛନ୍ତି ଯେ, ମୋଦି ସରକାରଙ୍କ ଏକ ପ୍ରମୁଖ ନିୟମ ଉଲ୍ଲଂଘନ ହୋଇଛି ଯେଉଁଠାରେ ମୋବାଇଲ୍ ନମ୍ବର, ଆଧାର ନମ୍ବର, ପାସପୋର୍ଟ ନମ୍ବର, ଭୋଟର ପରିଚୟ ପତ୍ର, ଟୀକାକରଣ କରିଥିବା ସମସ୍ତ ଭାରତୀୟଙ୍କ ପରିବାର ସଦସ୍ୟଙ୍କ ତଥ୍ୟ ଲିକ୍ ହୋଇଛି। ଏହି ସମସ୍ତ ତଥ୍ୟ ସହଜରେ ଇଣ୍ଟରନେଟରେ ମିଳୁଥିବା ନେଇ ଦାବି କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଡାଟା ଉଲ୍ଲଂଘନରେ ବହୁ ବଡ ନେତାଙ୍କ ସୂଚନା ମଧ୍ୟ ଲିକ୍ ହୋଇଛି । ଯେଉଁଥିରେ ଟିଏମସି ନେତା ଡେରେକ ଓ'ବ୍ରାଇନ୍, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍, କଂଗ୍ରେସ ନେତା ଜୟରାମ ରମେଶ ଏବଂ କେ. ଭେନୁଗୋପାଲ୍ ଆଦି ନେତାଙ୍କର ପରସନାଲ ଡେଟା ଲିକ୍ ହୋଇଛି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି ସମସ୍ତ ସୂଚନା ମାଗଣାରେ ଟେଲିଗ୍ରାମରେ ଉପଲବ୍ଧ ଅଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ଯେତେବେଳେ ମୋଦି ସରକାର 'କଡ଼ା ଡାଟା ସୁରକ୍ଷା' କରୁଥିଲେ ତେବେ ପାସପୋର୍ଟ ନମ୍ବର, ଆଧାର ନମ୍ବର ଇତ୍ୟାଦି କିପରି ଲିକ୍ ହେଲା । ମୋଦି ସରକାର ବିଶେଷକରି ଗୃହ ମନ୍ତ୍ରଣାଳୟ କାହିଁକି ଏହି ଲିକ୍ ବିଷୟରେ ଅବଗତ ନୁହଁନ୍ତି? ଜନସାଧାରଣଙ୍କୁ ଏହି ଲିକ୍ ବିଷୟରେ କାହିଁକି ସୂଚନା ଦିଆଯାଇ ନାହିଁ । ଟେଲିଗ୍ରାମରର ଥିବା ଅନେକ ଡେଟାର ସ୍କ୍ରିନସଟ୍ ମଧ୍ୟ ଟିଏମସି ମୁଖପାତ୍ରଙ୍କ ଦ୍ୱାରା ସେୟାର କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+