"ଲୋକଙ୍କର କୌଣସି କ୍ଷତି ହେଲେ କୋଭାସିଲ୍ଡ ଓ କୋଭାକ୍ସିନ୍ ଦେବେ କ୍ଷତିପୂରଣ"

କୋଭାସିଲ୍ଡ ଓ କୋଭାକ୍ସିନ୍ ଟିକାକୁ ଦେବା ଦ୍ୱାରା ଯଦି କୌଣସି କ୍ଷତି ପହଞ୍ଚେ ତାହାଲେ ସରକାର ଏଥିପାଇଁ କୌଣସି କ୍ଷତିପୂରଣ ଦେବେ ନାହିଁ ।

Coronavirus vaccine update : କୋଭାସିଲ୍ଡ ଓ କୋଭାକ୍ସିନ୍ ଟିକାକୁ ଦେବା ଦ୍ୱାରା ଯଦି କୌଣସି କ୍ଷତି ପହଞ୍ଚେ ତାହାଲେ ସରକାର ଏଥିପାଇଁ କୌଣସି କ୍ଷତିପୂରଣ ଦେବେ ନାହିଁ । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଛନ୍ତି କେନ୍ଦ୍ର ସରକାର । ଆହୁରି ମଧ୍ୟ କେନ୍ଦ୍ର ସରକାର କହିଛନ୍ତି ଏହି ଦୁଇଟି ଟିକାକୁ ବିକଶିତ କରୁଥିବା ସଂସ୍ଥା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ( Serum Institute of India ) ଏବଂ ଭାରତ ବାୟୋଟେକ୍ (Bharat Biotech International Limited ) କୌଣସି ବି ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଦାୟୀ ରହିବେ । ସରକାର ସେଥିପାଇଁ କୌଣସି କ୍ଷତିପୂରଣ ଦେବେ ନାହିଁ ।

କରୋନା
ଜାତୀୟ ଗଣମାଧ୍ୟମ ନ୍ୟୁଜ୍ 18ର ଏକ ରିପୋର୍ଟରେ କୁହାଯାଇଛି ଯେ, ଯଦି କୌଣସି ଲୋକଙ୍କୁ ଦିଆଯାଉଥିବା ଟିକାରେ କ୍ଷତି ପହଞ୍ଚେ ତାହାଲେ ଉକ୍ତ ଦୁଇ କମ୍ପାନୀ ସେମାନଙ୍କୁ କ୍ଷତିପୂରଣ ଦେବେ । ଏହି ଦୁଇଟି ଭ୍ୟାକ୍ସିନ୍ କିଣିବା ପାଇଁ ସରକାର ଯେଉଁ ଚୁକ୍ତି କରିଛନ୍ତି ସେହି ଅନୁସାରେ ସିଡିଏସସିଓ, ଡ୍ରଗ୍ସ ଏବଂ କସମେଟିକ୍ ଆକ୍ଟ, ଡିସିଜିଆଇ ପଲିସି ଓ ଅନୁମତି ଅନୁସାରେ ସମସ୍ତ ବିପରୀତ ପ୍ରଭାବ ପାଇଁ ଏହି ଦୁଇଟି କମ୍ପାନୀ ଦାୟୀ ରହିବେ । ଭାରତ ବାୟୋଟେକ୍ ସହିତ ହୋଇଥିବା ଚୁକ୍ତିରେ ମଧ୍ୟ ଏହି କଥା କୁହାଯାଇଛି ଯେ, କମ୍ପାନୀର ଗମ୍ଭୀର ପ୍ରତିକୂଳ ପ୍ରଭାବ ମାମଲା ଗୁଡିକ ମଧ୍ୟ ସରକାରଙ୍କୁ ଜଣାଇବାକୁ ପଡିବ । ଟିକା କିଣା ସମୟରେ ମଧ୍ୟ ଏହା ଉପରେ ସରକାର ଚୁକ୍ତି କରିଛନ୍ତି । ଏହି ପ୍ରସଙ୍ଗ ସେତିକିବେଳେ ଆସିଲା ଯେବେ ଫାଇଜର୍ କମ୍ପାନୀ ଭାରତ ସରକାରଙ୍କୁ ତାର ଦାବି ଜଣାଇଲା ।
କରୋନା

ଆମେରିକାରେ ଫାଇଜର୍ ଟିକାର କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଗଲେ ଏହାର କ୍ଷତିପୂରଣ ସରକାର ଦେବେ । ଫାଇଜର ଟିକା ଅନୁରୂପ ଭାବରେ ଏହା ଭାରତ ଠାରୁ ଚାହୁଁଥିଲା । ସେହିପରି ସିରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦାର୍ ପୁନଓ୍ୱାଲା ମଧ୍ୟ କହିଛନ୍ତି ଟିକା ନିର୍ମାତା କମ୍ପାନୀମାନେ ସମସ୍ତ ପ୍ରକାର ଆଇଗତ କ୍ଷତିପୂରଣ ସରକାରଙ୍କ ଠାରୁ ମିଳିବା ଆବଶ୍ୟକ । ତାଙ୍କ ଅନୁସାରେ ଟିକାକୁ ନେଇ ଅନେକ ମିଛ ଆଶ୍ୱାସନା ମିଳିବ, ଯାହାକୁ ସମ୍ଭାଳିବା କଷ୍ଟକର ହୋଇ ପଡିବ । ଫଳରେ ଟିକାକୁ ତିଆରି କରୁଥିବା ବ୍ୟକ୍ତିମାନଙ୍କର ବିଶ୍ୱାସ ଭାଙ୍ଗିବ ଏବଂ ଲୋକଙ୍କର ମଧ୍ୟ ବିଶ୍ୱାସ ପ୍ରବାଭିତ ହେବ । ହେଲେ ଏହି ସମସ୍ତ ଯୁକ୍ତିକୁ ଶୁଣିବା ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମ ତା ରିପୋର୍ଟରେ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+