5ରୁ 15 ବର୍ଷ ପିଲାଙ୍କୁ କେବେ ମିଳିବ ଟୀକା ? କଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
ନୂଆଦିଲ୍ଲୀ: ଖୁବଶୀଘ୍ର 5ରୁ 15 ବର୍ଷ ପିଲାଙ୍କ ପାଇଁ ଆସିବ କରୋନା ଟୀକା । ବିଶେଷଜ୍ଞ ଗୋଷ୍ଠୀ ଦ୍ଵାରା ଏଥିପାଇଁ ସୁପାରିଶ ମିଳିବା ମାତ୍ରେ କେନ୍ଦ୍ର ସରକାର 5ରୁ 15 ବର୍ଷ ପିଲାଙ୍କ ପାଇଁ ଆରମ୍ଭ କରିବେ କୋବିଡ ଟୀକାକରଣ । ଏହି ବର୍ଗର ପିଲାଙ୍କ ପାଇଁ ଟୀକା ପ୍ରଦାନ କରିବା ସମ୍ବନ୍ଧରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟା ଏହା କହିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଏହି ବର୍ଗର ଟୀକାକରଣ ଉପରେ ବିଶେଷଜ୍ଞ ଗୋଷ୍ଠୀ ଏପର୍ଯ୍ୟନ୍ତ କୌଣସି ସୁପାରିଶ କରିନାହାଁନ୍ତି। କେତେବେଳେ ଟୀକାକରଣ କରାଯିବ ଏବଂ କେଉଁ ବୟସ ବର୍ଗଙ୍କୁ ବୈଜ୍ଞାନିକଙ୍କ ସୁପାରିଶ ଆଧାରରେ ନିଷ୍ପତ୍ତି ନିଆଯିବ । ଗତ ମାସରେ 15-18 ବର୍ଷ ବୟସର ପିଲାମାନଙ୍କର ଦେଶବ୍ୟାପୀ ଟୀକାକରଣ ଆରମ୍ଭ ହୋଇଥିଲା । "ଆଜି ଟୀକାକରଣ ଏକ ସମସ୍ୟା ନୁହେଁ। ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି, ଏହାର ମାତ୍ରା ଅଭାବ ନାହିଁ। ଆମେ ନିଶ୍ଚିତ ଭାବରେ ବିଶେଷଜ୍ଞ ଗୋଷ୍ଠୀଙ୍କ ସୁପାରିଶକୁ ଅନୁସରଣ କରିବୁ। ବୋଲି କହିଛନ୍ତି ମଣ୍ଡଭିୟ। ତେବେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏନେଇ କୌଣସି ସୁପାରିଶ ଗ୍ରହଣ କରିନାହାଁନ୍ତି ଏବଂ ସେହି ଆଧାରରେ ଆସନ୍ତା ଦିନରେ ନିଷ୍ପତ୍ତି ନିଆଯିବ। ଏହା ଏକ ରାଜନୈତିକ ନିଷ୍ପତ୍ତି ନୁହେଁ ବୋଲି ସେ କହିଛନ୍ତି ।
ଗତ ବର୍ଷ ଜୁଲାଇ-ଅଗଷ୍ଟରେ ସେରୋ ସର୍ଭେ ଏବଂ ସେରୋ ପ୍ରାଦୁର୍ଭାବ ସର୍ବେକ୍ଷଣରୁ ଜଣାପଡିଛି ଯେ 67 ପ୍ରତିଶତ ପିଲାଙ୍କ ଦେହରେ ଆଣ୍ଟି-ବଡି ବିକଶିତ ହୋଇଛି ଏବଂ ପିଲାମାନେ ଲକ୍ଷଣବିହୀନ ରହିଛନ୍ତି।ଏହା ଏକ ବୟୋଲୋଜିକାଲ ବିଷୟ ଅଟେ, ତେଣୁ ଟୀକା ପାଇଁ ସୁପାରିସ କରିବା ପୂର୍ବରୁ ବୈଜ୍ଞାନିକ ମାନେ ଏହା ଉପରେ ଯଥେଷ୍ଟ ଅଧ୍ୟୟନ କରିବେ। ପୂର୍ବରୁ ଭରତ ବିଶ୍ଵର ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା ଏହିସବୁ ବିଷୟକୁ କାର୍ଯ୍ୟକାରୀ କରିବା ପାଇଁ, ସମ୍ପ୍ରତି ଆମ ଦେଶର ବୈଜ୍ଞାନିକ ଏବ ଜ୍ଞାନ କୌଶଳ ତଥା ମତାମତକୁ ପ୍ରାଧାନ୍ଯ ଦିଆଯାଉଛି। ଆମର ବୈଜ୍ଞାନିକ ମାନେ ନିଜସ୍ଵ ବିଶ୍ଳେଷଣ ପ୍ରଦାନ କରୁଛନ୍ତି। ଥର୍ଡ ୱେଭ ସମୟରେ ମହାମାରୀର ମୁକାବିଲା ପାଇଁ ଭାରତ ଟୀକାକରଣକୁ ବହୁ ପ୍ରଭାବଶାଳୀ ଅସ୍ତ୍ର ଭାବରେ ବ୍ୟବହାର କରିଥିଲା । ଥର୍ଡ ୱେଭ ସମୟରେ ଭାରତ ପ୍ରଥମ ଡୋଜର 96 ପ୍ରତିଶତ ପୂରଣ କରିଛି ବୋଲି ସେ କହିଛନ୍ତି।












Click it and Unblock the Notifications