୧୫ରୁ ୧୮ ବର୍ଷ ଆୟୁବର୍ଗଙ୍କ ଟୀକାକରଣ ଆରମ୍ଭ ହେବ ୩ ଜାନୁୟାରୀରୁ, ପ୍ରଧାନମନ୍ତ୍ରୀ ମୋଦୀ କଲେ ଘୋଷଣା
ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ସଂକ୍ରମଣର ଆଶଙ୍କା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ଘୋଷଣା କରିଛନ୍ତି। କରୋନା ଭାଇରସର ନୂତନ ରୂପ ଓମିକ୍ରନ ସଂକ୍ରମଣ ଦେଶର ବିଭିନ୍ନ ରାଜ୍ୟରେ ବଢିବାରେ ଲାଗିଛି। ଭାରତରେ ଶହେ କୋଟିଲୋକଙ୍କ ଟୀକାକାରଣ ହୋଇସାରିଛି। ସଂକ୍ରମଣ ପ୍ରତିହତ କରିବା ପାଇଁ ଏହା ଏକ ବଡ ଆଶ୍ଵସ୍ତି ହୋଇଥିଲେ ମଧ୍ୟ ୧୮ ବର୍ଷରୁ କମ ଆୟୁବର୍ଗଙ୍କ ଟୀକାକରଣ ଏବେ ଯାଏଁ ହୋଇନାହିଁ। ନୂଆ ବର୍ଷରେ ୧୮ ବର୍ଷରୁ କମ ବର୍ଗଙ୍କ ଟିକକରଣ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କରୋନାର ନୂତନ ରୂପ ଓମିକ୍ରନ ମଧ୍ୟରେ ଅସୁଛି ନୂତନ ବର୍ଷ। ଦେଶର ପ୍ରାୟ ସମସ୍ତ ରାଜ୍ୟଗୁଡିକରେ ଏବେ ସ୍କୁଲ କଲେଜ ଖୋଲି ଯାଇଥିବା ଯୋଗୁଁ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ସୃଷ୍ଟି ହୋଇଛି। ବିଶେଷ କରି ୧୮ ବର୍ଷରୁ କମ ଆୟୁବର୍ଗଙ୍କ ଟୀକାକରଣ ହୋଇ ନଥିବା ଯୋଗୁଁ ସଂକ୍ରମଣ ବ୍ୟାପିବା ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ପରିସ୍ଥିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ସାମାନ୍ଯ ଅଶ୍ବସ୍ଥି ଆଣି ଦେଇଛି।
15 साल से 18 साल की आयु के बीच के जो बच्चे हैं, अब उनके लिए देश में वैक्सीनेशन प्रारंभ होगा।
2022 में, 3 जनवरी को, सोमवार के दिन से इसकी शुरुआत की जाएगी: PM @narendramodi
— PMO India (@PMOIndia) December 25, 2021
ଏହି ତାରିଖରୁ ହେବ ଟୀକାକରଣ:
୧୫ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ଆସନ୍ତା ୩ ଜାନୁଆରୀରୁ ଆରମ୍ଭ ହେବ ବୋଲି ଟୁଇଟ କରି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜାନୁୟାରୀ ୧୨ ତାରିଖ ସୁଦ୍ଧା ଏହା ବ୍ୟାପକ ହେବ ବୋଲି କୁହାଯାଉଛି। ତେବେ ଏହାର ପଞ୍ଜୀକରଣ କେବେଠାରୁ ଆରମ୍ଭ ହେବ, ଏହାର କଣ କଣ ସମୟ ତଥା ସର୍ତ୍ତାବଳୀ ରହିବ ସେ ନେଇ ସବିଶେଷ ଘୋଷଣା କରାଯିବ।












Click it and Unblock the Notifications