ଦେଶରେ ବଢୁଛି କରୋନା; ଗତ ୨୪ ଘଣ୍ଟାରେ ଦେଶରେ ୩୫୮ ଜଣ ନୂଆ ଆକ୍ରାନ୍ତ, କେରଳରେ ସ୍ଥିତି ଭୟଙ୍କର
ଦେଶରେ ବଢୁଛି କରୋନା । କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୮ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ କରାଯାଇଛି ।
କେରଳରେ ସପ୍ତାହକ ମଧ୍ୟରେ ତିନି ଗୁଣା କୋରୋନା ସଂକ୍ରମଣ ବୃଦ୍ଧି ପାଇ ୧୦ରୁ ଅଧିକ ଜୀବନ ନେଲାଣି । କେରଳ ପଛକୁ ତାମିଲାନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ରାଜ୍ୟଗୁଡିକ ରହିଛନ୍ତି। କୋରୋନାକୁ ନେଇ ଉଚ୍ଚସ୍ତରୀୟ ବୈଠକରେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । କୋଭିଡର ନୂଆ ସବ ଭାରିଏଣ୍ଟ ଜେଏନ-୧ ଚିହ୍ନଟ ପରେ ଏହାକୁ ନ ଡ଼ରି ଏକାଠି ମୁକାବିଲା କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।
ସେହିପରି, ୨, ୩୧୧ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨,୬୬୯କୁ ବୃଦ୍ଧି ପାଇଛି । ଦେଶରେ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୫,୩୩,୩୨୭ରେ ପହଞ୍ଚିଛି। ଡିସେମ୍ବର ୧୯ରେ ଏହି ମୃତ୍ୟୁସଂଖ୍ୟା ଥିଲା ୫, ୩୩,୩୨୧।

ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ନୂଆଦିଲ୍ଲୀ, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡ୍ଡୁଚେରୀ, ପଞ୍ଜାବ, ତାମିଲନାଡୁ ଓ ତେଲେଙ୍ଗାନାରେ ନୂଆ ସକ୍ରିୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୨୦୦୦ ଥିବାରୁ କେରଳର ପରିସ୍ଥିତି ଚିନ୍ତାଜନକ ରହିଛି ।
ଦେଶରେ କୋଭିଡ୍ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିଲେ ବି ଭୟଭୀତ ନ ହୋଇ ସାବଧାନତା ଅବଲମ୍ବନ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି ।
ସମ୍ପ୍ରତି ବିସ୍ତାରିତ ହେଉଥିବା କୋଭିଡ୍-୧୯ ଭୂତାଣୁର 'ଜେଏନ୍.୧' ପ୍ରଜାତି ଚଳିତ ମାସ ପ୍ରାରମ୍ଭରେ ପ୍ରଥମେ କେରଳର ଜଣେ ୭୯ ବର୍ଷୀୟ ବୃଦ୍ଧାଙ୍କଠାରେ ଚିହ୍ନଟ କରାଯାଇଥିଲା। ତା'ପରଠାରୁ କେରଳ ରାଜ୍ୟରେ କୋଭିଡ୍ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଡିସେମ୍ବର ୨୧ ତାରିଖ ସୁଦ୍ଧା କେରଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୪୧ ଥିବା ବେଳେ ସେଥିରୁ ୨୯୨ ସକ୍ରିୟ ଆକ୍ରାନ୍ତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି।
ସେପଟେ କେରଳରେ ବ୍ୟାପୁଥିବା କୋଭିଡର ନୂଆ ଭରିଆଣ୍ଟ JN-1କୁ ଓମିକ୍ରମର ଏକ ସଫ୍ଟ ଭରିଆଣ୍ଟ ବୋଲି କହିଛନ୍ତି ଭେଷଜ ବିଶେଷଜ୍ଞ। ଗତ ସପ୍ତାହକ ଭିତରେ ରାଜ୍ୟରେ ଜଣେ ବି ନୂଆ କୋଭିଡ୍ ରୋଗୀ ଚିହ୍ନଟ ହୋଇନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ଏହି ଭୁତାଣୁ ଯୋଗୁ ଗଳା ଦରଜ, ଥଣ୍ଡା, କାଶ, ଛିଙ୍କ ହୋଇଥାଏ । ମାତ୍ର ଏହା ଫୁସଫୁସକୁ ବ୍ୟାପିବ ନାହିଁ । କେବଳ ବୟସ୍କ ଓ କୋମର୍ଭିଟି ଥିବା ଆକ୍ରାନ୍ତଙ୍କର ମୃତୁ ଘଟିଛି । ଗର୍ଭବତୀ ମହିଳା, ଶିଶୁ ଏବଂ କୋମର୍ଭିଟି ଥିବା ଲୋକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ତେବେ ପେଣ୍ଡେମିକ୍ ନଥିବାରୁ ଟୀକାକରଣର ଆଉ ଆବଶ୍ୟକତା ନାହିଁ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications