ଦେଶରେ ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୬୭୦ ସକ୍ରିୟ ମାମଲା ରହିଛି

ଦେଶରେ ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଶରେ କରୋନାର ୨୬୭୦ ସକ୍ରିୟ ମାମଲା ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ସୋମବାର ସକାଳେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ମାମଲା ବର୍ତ୍ତମାନ 4,46,78,822 କୁ ବୃଦ୍ଧି ପାଇଛି। ଏହା ସହିତ ସଂକ୍ରମଣରୁ

ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4,41,45,445 କୁ ବୃଦ୍ଧି ପାଇଛି । ସେହିପରି କରୋନାରେ ଦେଶରେ ୩ ଜଣଙ୍କର ମୃତ୍ୟୁ ହୋଇଛି । କେରଳରୁ ୨ ଜଣ ଏବଂ କର୍ଣ୍ଣାଟକରେ ଜଣଙ୍କର ମୃତ୍ୟୁ ହୋଇଛି ।

CORONA

ବର୍ତ୍ତମାନ ଦେଶରେ ୨୬୭୦ ସକ୍ରିୟ ମାମଲା ରହିଛି । ଅଧିକାଂଶ ସକ୍ରିୟ ମାମଲା କେରଳ ଏବଂ କର୍ଣ୍ଣାଟକରେ ରହିଛି । କେରଳରୁ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେରଳରେ ୧,୪୪୪ ଜଣ ପଜିଟିଭ୍, କର୍ଣ୍ଣାଟକରେ ୩୨୬ ଜଣ ଏବଂ ମହାରାଷ୍ଟ୍ରରେ ୧୬୧, ତାମିଲନାଡୁରେ ୮୬ ଟି ସକ୍ରିୟ ମାମଲା ରହିଛି।

ଦେଶରେ ଚୀନ୍ ଭଳି ପରିସ୍ଥିତି ନ ଉପୁଜିବ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପ ନିଆଯାଉଛି । ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ବିମାନବନ୍ଦରରେ ଯାତ୍ରୀଙ୍କ କରୋନା ଟେଷ୍ଟ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+