Covid-19 Vaccine: ଋଷ ଆରମ୍ଭ କଲା ସାର୍ବଜନୀନ ଟିକାକରଣ, ଭାରତରେ ଟିକା ଦେବା ପାଇଁ ଅନୁମତି ମାଗିଲା ଫାଇଜର
ଦୀର୍ଘ ୮ ମାସର ପ୍ରତିକ୍ଷାର ଅନ୍ତ ଘଟାଇ ସାର୍ବଜନୀନ ଟିକାକରଣ ଆରମ୍ଭ କରିଛି ଋଷ ।
ନୂଆଦିଲ୍ଲୀ: ଦୀର୍ଘ ୮ ମାସର ପ୍ରତିକ୍ଷାର ଅନ୍ତ ଘଟାଇ ସାର୍ବଜନୀନ ଟିକାକରଣ ଆରମ୍ଭ କରିଛି ଋଷ । ବିଶ୍ୱର ପ୍ରଥମ ଦେଶ ଭାବେ ଋଷ ଦେଶର ନାଗରିକ ମାନଙ୍କୁ ଟିକା ଦେଉଥିବା ଦେଖିବାକୁ ମଳିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଡାକ୍ତର, ଶିକ୍ଷକ ଓ ବୟସ୍କ ମାନଙ୍କୁ ଏହି ଟିକା ଦିଆଯାଉଥିବା ସୂଚନା ମିଳିଛି । ଏମାନଙ୍କୁ ଟିକା ଦିଆ ସରିବା ପରେ ଅନ୍ୟମାନଙ୍କୁ ଟିକା ଦିଆଯିବ ବୋଲି ରାଷ୍ଟ୍ରପତି କହିଛନ୍ତି ।

ଅନ୍ୟପଟେ ଫାଇଜର ବାୟୋନଟେକ୍ ଭାରତରେ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବା ପାଇଁ ଅନୁମତି ମାଗିଛି। ଅର୍ଥାତ୍ ଆକ୍ରାନ୍ତ ଗୁରୁତର ଥିବା ବେଳେ ବ୍ୟବହାର ପାଇଁ ଅନୁମତି ମାଗିଛି। ଫାଇଜରର ଇଣ୍ଡିଆନ୍ ୟୁନିଟ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆନ୍ ଡ୍ରଗ୍ (ଡିସିଜିଆଇ)ରେ ଏହି ଆବେଦନ କରିଛି। ଫାଇଜର ହେଉଛି ୟୁକେର ଫାର୍ମା କମ୍ପାନୀ ଏବଂ ବାୟୋନଟେକ ଜର୍ମାନୀର ଏକ କମ୍ପାନୀ। ଦୁଇ କମ୍ପାନୀ ମିଳିତ ଭାବରେ କରୋନା ଟିକା ପ୍ରସ୍ତୁତ କରିଛନ୍ତି।
ସେହିଭଳି ବ୍ରିଟେନ୍ ଓ ବାହାରିନ ଭଳି ରାଷ୍ଟ୍ର ଫାଇଜର ଟିକାକୁ ଅନୁମତି ପ୍ରଦାନ କରିଥିବାରୁ ଏହି ଦେଶମାନେ ଖୁବଶୀଘ୍ର ଟିକାକରଣ ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି । ସେପଟେ ଫାଇଜର କମ୍ପାନୀ ନିକଟରେ ଘୋଷଣା କରିଛି ଯେ ଏହାର କରୋନା ଟିକା ୯୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ। ଏହା ହେଉଛି ବିଶ୍ୱର ଦ୍ରୁତତମ ବିକଶିତ ଟିକା, ଯାହାକୁ ତିଆରି କରିବାକୁ ୧୦ ମାସ ସମୟ ଲାଗିଥିଲା। ଏହି ଫାଇଜର ଟିକା ଏକ ନୂଆ ଜେନେଟିକ୍ ଟେକ୍ନୋଲୋଜି ଦ୍ୱାରା ବିକଶିତ ହୋଇଛି। ଯାହାକି ବିଜ୍ଞାନର ସବୁଠୁ ବଡ଼ ସଫଳତା।












Click it and Unblock the Notifications