କରୋନା ଟିକା ପାଇଁ ଦର ଚୁଡାନ୍ତ, ଜାଣନ୍ତୁ କେତେ ଟଙ୍କା ଦେଇ କିଣିବେ ଟିକା
ଚୁଡାନ୍ତ ହେଲା କରୋନା ଟିକାର ଦାମ । ୨୦୦ ଟଙ୍କାରେ ମିଳିବ କରୋନା ଟିକା ।
ନୂଆଦିଲ୍ଲୀ: ଚୁଡାନ୍ତ ହେଲା କରୋନା ଟିକାର ଦାମ । ୨୦୦ ଟଙ୍କାରେ ମିଳିବ କରୋନା ଟିକା । ଯାହାର ସମସ୍ତ ଖର୍ଚ୍ଚ ଉଠାଇବେ ସରକାର । ଜଣେ ବ୍ୟକ୍ତି ଟିକାର ଦୁଇଟି ଡୋଜ୍ ନେବେ। ଏହାର ଅର୍ଥ ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ୪ ଶହ ଟଙ୍କା ଖର୍ଚ୍ଚ କରିବେ।
୪ ଦିନ ପରେ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ଏନେଇ ଆଜି ବସିଥିବା ବୈଠକରେ ସରକାର ସେରମ ଇନଷ୍ଟିଚ୍ୟୁଟ ସହ ଟିକା ଦାମକୁ ଚୁଡାନ୍ତ କରିଛନ୍ତି । କୋଭିସିଲ୍ଡର ଗୋଟିଏ ଡୋଜର ମୂଲ୍ୟ ୨୦୦ ଟଙ୍କାରେ ସରକାର କିଣିବେ ବୋଲି ଚୁକ୍ତି ହୋଇଛି । ପ୍ରଥମ ଦଫାରେ ୧୦ ମିଲିୟନ ଡୋଜ ବାହାରିବ । ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ ।

ସେରମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ ପକ୍ଷରୁ ଟିକାର ପ୍ରଥମ ୧୦୦ ମିଲିୟନ ଡୋଜ୍ ୨୦୦ ଲେଖାଏ ଟଙ୍କାରେ ସରକାରଙ୍କୁ ଦିଆଯିବ। ପ୍ରଥମ ଦଫାରେ ୧୧ ମିଲିୟନ ବା ନିୟୁତ ଡୋଜ୍ କମ୍ପାନୀ ସରକାରଙ୍କ ପାଖକୁ ପଠାଇବ। ଆଜି ରାତି କିମ୍ବା କାଲି ସକାଳୁ ସେରମର ପୁଣେ ସ୍ଥିତ କମ୍ପାନୀରୁ ଟିକାର ଡୋଜ୍ ଗୁଡ଼ିକ ସରକାରଙ୍କ ପାଖକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହେବ।
ଜାନୁଆରୀ ୩ରେ ଡିସିଜିଆଇ କୋଭିସିଲ୍ଡ ସହ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ମିଳିତ ଭାବେ କୋଭିସିଲ୍ଡକୁ ପ୍ରସ୍ତୁତ କରିଥିବା ବେଳେ ଏହାର ଉତ୍ପାଦନ ଦାୟିତ୍ୱ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ମିଳିଛି।












Click it and Unblock the Notifications