କୋଭିସିଲ୍ଡ ପରେ ଧାର୍ଯ୍ୟ ହେଲା କୋଭାକ୍ସିନ ଟିକାର ମୂଲ୍ୟ, ଜାଣନ୍ତୁ କେତେ ରହିଛି ଦାମ ?
ତେବେ କୋଭିସିଲ୍ଡର ମୂଲ୍ୟ 200 ଟଙ୍କା ରହିଥିବା ବେଳେ କୋଭାକ୍ସିନର ମୂଲ୍ୟ 295ଟଙ୍କା ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦୁଇ ଦୁଇଟି ଦେଶୀ ଟିକା । ସେରେମ ଇନଷ୍ଟିଟ୍ୟୁଟ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ ଆଜି ଦେଶ ବିଭିନ୍ନ ରାଜ୍ୟରେ ପହଞ୍ଚି ସାରିଥିବା ବେଳେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ମଧ୍ୟ ଖୁବଶୀଘ୍ର ପହଞ୍ଚିବ ଲୋକଙ୍କ ପାଖରେ ।

ତେବେ କୋଭିସିଲ୍ଡର ମୂଲ୍ୟ 200 ଟଙ୍କା ରହିଥିବା ବେଳେ କୋଭାକ୍ସିନର ମୂଲ୍ୟ 295ଟଙ୍କା ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ତେବେ 11 ଜାନୁୟାରୀରୁ ଏହି ଦରରେ 55 ଲକ୍ଷ ଡୋଜ ଯୋଗାଇବା ଦେବା କମ୍ପାନୀ ଯୋଗାଇ ଦେବା ନେଇ ସରକାରଙ୍କ ସହ ଏକ ଚୁକ୍ତିନାମା କରିଛି ।
ଏହି ଟିକାକୁ କମ୍ପାନୀ ସିଧାସଳଖ 12ଟି ରାଜ୍ୟକୁ ଯୋଗାଇ ଦେବ ଏବଂ ଜାନୁଆରୀ 14 ସୁଦ୍ଧା ଦୁଇ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଭାରତ ବାୟୋଟେକ୍ ଅତିରିକ୍ତ ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ ।












Click it and Unblock the Notifications