Get Updates
Get notified of breaking news, exclusive insights, and must-see stories!

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 33 ହଜାର 533 ନୂତନ କୋଭିଡ-19 ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3 ଲକ୍ଷ 33 ହଜାର 533 ଜଣ ନୂତନ କୋଭିଡ-19 ମାମଲା ରେକର୍ଡ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ରବିବାର (ଜାନୁୟାରୀ 23, 2022) ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତ 3,33,533 ନୂତନ କୋଭିଡ -19 ମାମଲା ରେକର୍ଡ କରିଛି, ଗତ 24 ଘଣ୍ଟା ମଧ୍ୟରେ 525 ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ମୋଟ ମୃତ୍ୟୁ ସଂଖ୍ୟା 4,89,409 ରେ ପହଞ୍ଚିଛି। ଦେଶରେ ସକ୍ରିୟ ରହିଥିବା ପଜିତିଭଙ୍କ ସଂଖ୍ୟା ରହିଛି 21,87,205। 24 ଘଣ୍ଟା ମଧ୍ୟରେ ସକ୍ରିୟ କୋଭିଡ -19ର 73,840ଟି କେସ ରେକର୍ଡ କରାଯାଇଛି । ଦେଶରେ ଆଜି 2,59,168 ସଂକ୍ରମିତ ସୁସ୍ଥ ହୋଇଥିବା ରେକର୍ଡ କରାଯାଇଛି । କୋଭିଡ ପଜିଟିଭିଟି ହାର ଏବେ ଦେଶରେ 5.57 ପ୍ରତିଶତ ଥିବାବେଳେ କୋଭିଡ -19 ସୁସ୍ଥ ହାର 93.18 ପ୍ରତିଶତ ରହିଛି।

corona

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦୈନିକ ପଜିଟିଭିଟି ହାର 17.78 ପ୍ରତିଶତ ରେକର୍ଡ ହୋଇଥିବାବେଳେ ସାପ୍ତାହିକ ପଜିଟିଭିଟି ହାର 16.87 ପ୍ରତିଶତ ରେକର୍ଡ କରାଯାଇଛି। ଏଥିସହ, ଦେଶବ୍ୟାପୀ କୋଭିଡ -19 ଟୀକାକରଣ ଅଭିଯାନରେ ଦେଶରେ ସମୁଦାୟ ଡୋଜ 161.92 କୋଟି ଅତିକ୍ରମ କରିଛି । ତଥ୍ୟରେ ଦର୍ଶାଯାଇଛି ଯେ ଏପର୍ଯ୍ୟନ୍ତ 71.34 କୋଟି ପରୀକ୍ଷା କରାଯାଇଛି ଏବଂ ଗତ 24 ଘଣ୍ଟା ମଧ୍ୟରେ 19,60,954 ପରୀକ୍ଷା କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ 4,89,409 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରର 1,42,071, କେରଳର 51,739, କର୍ଣ୍ଣାଟକର 38,563, ତାମିଲନାଡୁର 37,178, ଦିଲ୍ଲୀର 25,586, ଉତ୍ତରପ୍ରଦେଶର 23,038 ଏବଂ ପଶ୍ଚିମବଙ୍ଗର 20,302 ଜଣଙ୍କ ମୃତ୍ୟୁ ଘଟିଛି। ମନ୍ତ୍ରାଳୟର ସୂତ୍ରରୁ ପ୍ରକାଶ ଯେ, 70% ରୁ ଅଧିକ ମୃତ୍ୟୁ କୋମୋର୍ବିଟି ବା ଏକାଧିକ ରୋଗରେ ପୀଡିତ ଥିବା ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ଘଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+