ଆଶ୍ବସ୍ତ ହେବେ କୋଭିଡ ସଂକ୍ରମିତ, ଲଞ୍ଚ ହେଲା ପ୍ୟାକ୍ସଲୋଭିଡ
ଭାରତରେ ଲଞ୍ଚ ହେଲା କୋଭିଡ ପାଇଁ ଔଷଧ । ଏହି ଔଷଧର ନାମ ପ୍ୟାକ୍ସଲୋଭିଡ ବୋଲି ଜଣାପଡିଛି। ଜେନାରା ଫାର୍ମା ଦେଶରେ କୋଭିଡରେ ସଂକ୍ରମିତ ହୋଇଥିବା ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ବିକଳ୍ପ ଚିକିତ୍ସା ନିମନ୍ତେ ଏହି ଔଷଧ ତିଆରି କରିଛି ।
ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା କୋଭିଡ ପାଇଁ ଔଷଧ । ଏହି ଔଷଧର ନାମ ପ୍ୟାକ୍ସଲୋଭିଡ ବୋଲି ଜଣାପଡିଛି। ଜେନାରା ଫାର୍ମା ଦେଶରେ କୋଭିଡରେ ସଂକ୍ରମିତ ହୋଇଥିବା ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ବିକଳ୍ପ ଚିକିତ୍ସା ନିମନ୍ତେ ଏହି ଔଷଧ ତିଆରି କରିଛି । ନିର୍ମତେଲଭିର ଏବଂ ରିଟୋନାଭିର ଟାବଲେଟ ମିଶାଯାଇ ଏହି ଔଷଧ ତିଆରି କରାଯାଇଛି।

ଏନେଇ ଗତକାଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଜେନାରା ଫାର୍ମାକୁ ଔଷଧ ଲଞ୍ଜ ନେଇ ଗତ ମାସରେ ବଜାରକୁ ଆଣିବା ପାଇଁ ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନରୁ ଅନୁମୋଦନ ପ୍ରଦାନ କରିଥିଲା । ଏହି ପ୍ରଡକ୍ଟ 'ପ୍ୟାକ୍ସଜେନ୍' ବ୍ରାଣ୍ଡ ନାମରେ ବିକ୍ରି ହେବ । କୋଭିଡ ଚିକିତ୍ସା ପାଇଁ ୟୁଏସ ଏପଡିଏନଦ୍ୱାରା Pfizerର ଏହି ଔଷଧକୁ ଅନୁମୋଦନ ମିଶିଛି । ଏହି ମେଡିସିନର ଗୋଟିଏ ବକ୍ସ ପିଛା ସର୍ବାଧିକ ରିଟେଲ ମୂଲ୍ୟରେ 5,200 ଟଙ୍କା ରହିଛି ।
ଜେନାରା ଫାର୍ମାର ପରିଚାଳନା ନିର୍ଦ୍ଦେଶକ ଜଗଦୀଶ ବାବୁଙ୍କ କହିବା ଅନୁସାରେ, ''ଆମ ଦେଶରେ ରୋଗୀଙ୍କ ନିକଟରେ କୋଭିଡ ବିରୋଧରେ ସର୍ବୋତ୍ତମ ଚିକିତ୍ସା ବିକଳ୍ପ ଆଣିବା ଉଦ୍ଦେଶ୍ୟରେ ଏହି ଉତ୍ପାଦକୁ ଦେଶରେ ଲଞ୍ଚ କରିଛୁ । ଆମର ଉତ୍ପାଦ ପାକ୍ସେନ ବାୟୋ ସମାନତା ଅଧ୍ୟୟନ ମାଧ୍ୟମରେ ପ୍ୟାକ୍ସଲୋଭିଡ ସହିତ ସମାନ ପ୍ରମାଣିତ, ଯାହା ସାହାଯ୍ୟରେ ଆମେ ନିୟାମକ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇଛୁ ।''












Click it and Unblock the Notifications